Categories: ଜାତୀୟ

ଆର୍‌ଏସ୍‌ଏସ୍ କୁ ତାଲିବାନ ସହ ତୁଳନା କଲେ ଦିଗ୍‌ବିଜୟ, କହିଲେ ମହିଳାଙ୍କ ପ୍ରତି ଦୁହିଁଙ୍କ ବିଚାରଧାରା ସମାନ

ନୂଆଦିଲ୍ଲୀ,୧୦ ।୯: କର୍ମଜୀବୀ ମହିଳାଙ୍କୁ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ବୟାନ ପରେ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଭାଗବତଙ୍କୁ ଟାର୍ଗେଟ କରିଛନ୍ତି । ସେ ଭାଗବତଙ୍କ ବୟାନକୁ ତାଲିବାନ ସହ ତୁଳନା କରିଛନ୍ତି । ଭାଗବତ ନିକଟରେ କହିଥିଲେ ପୁରୁଷଙ୍କ କାମ ହେଲା ରୋଜଗାର କରିବା ମହିଳା ଗୃହିଣୀ ହେବା ଭଲ । ଏବେ ତାଲିବାନ ତା’ର ଶାସନକୁ ନେଇ କହିଛି ମହିଳା କେବଳ ପିଲା ପ୍ରସବ କରିବା ଉଚିତ । ଦିଗ୍‌ବିଜୟ ଟୁଇଟ୍ କରି ପ୍ରଶ୍ନ କରିଛନ୍ତି, ଯେ କର୍ମଜୀବି ମହିଳାଙ୍କୁ ନେଇ ଆର୍‌ଏସ୍‌ଏସ୍ ଓ ତାଲିବାନର ବିଚାରଧାରା ସାମନ ନୁହେଁ କି । ଦ୍ୱିତୟଥର ଲାଗି ଦିଗବିଜୟ ଆର୍‌ଏସ୍‌ଏସ୍‌କୁ ଆତଙ୍କବାଦୀ ସଙ୍ଗଠନ ସହ ତୁଳନା କରିଛନ୍ତି । ଦିଗ୍‌ବିଜୟ ଆର୍‌ଏସ୍‌ଏସ୍‌ର କଟୁ ସମାଲୋଚକ । ସେ ବହୁ ସମୟରେ ଆର୍‌ଏସ୍‌ଏସ୍‌ର ସମାଲୋଚନା କରିବା ସହ ଏହା ଉପରେ ଦୋଷ ଲଦନ୍ତି ଯେ ଏହି ସଙ୍ଗଠନ ମିଛ ଓ ଭୁଲ ଆଖ୍ୟାନ ପ୍ରଚାର କରି ହିନ୍ଦୁ ଓ ମୁସଲମାନ ସମୁଦାୟକୁ ବିଭାଜିତ କରୁଛି ।

Share