Categories: ଜାତୀୟ

ଦିଗ୍‌ବିଜୟଙ୍କ ଭାଇରାଲ ଅଡିଓକୁ ନେଇ ଉଠିଲା ବିବାଦ

ଭୋପାଳ,୨୯ ।୧୦: ମଧ୍ୟପ୍ରଦେଶରେ ୨୮ ବିଧାନସଭା ଆସନରେ ଉପ ନିର୍ବାଚନ ବାକି ଅଛି । ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ସମାଜବାଦୀ ପାର୍ଟିର ଜଣେ ପ୍ରାର୍ଥୀଙ୍କୁ ଦିଗ୍‌ବିଜୟ ପ୍ରାର୍ଥିପତ୍ର ଫେରାଇ ନେବାକୁ କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହାକୁ ନେଇ ବିବାଦ ଉପୁଜିଛି । ଏବେ ଏହି ଅଡିଓକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଖପ୍ପା ହୋଇଥିବା ବେଳେ କଂଗ୍ରେସ କହିଛି କଂଗ୍ରେସ ତ ଭାଜପା ଭଳି ବିଧାୟକ କିଣୁନାହିଁ । ସୂଚନାଯୋଗ୍ୟ, ଏହି ଅଡିଓକୁ ନେଇ କୁହାଯାଉଛି କି ଦିଗବିଜୟ ସମାଜବାଦୀ ପାର୍ଟି ପ୍ରାର୍ଥୀ ରୋଶନ ମିର୍ଜାଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହର କରିନେବାକୁ କହିଛନ୍ତି । ଏହାକୁ ନେଇ ରୋଶନ ମିର୍ଜା କହିଛନ୍ତି ଦିଗ୍‌ବିଜୟ ମୋତେ ଟିକେଟ ଦେବେ କହି ଫୋନ ଯୋଗେ ପ୍ରାର୍ଥୀପତ୍ର ପତ୍ୟାହାର କରିବାକୁ କହିଛନ୍ତି । ହେଲେ ମୁଁ ଏଥିରେ ରାଜି ନୁହେଁ । ଏହାର ଜବାବ ଦେଇ କଂଗ୍ରେସ କହିଛି କାହାକୁ ଅନୁରୋଧ କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା କଥା କହିବା କୌଣସି ଅପରାଧ ନୁହେଁ । ଆମେତ ଭାଜପା ଭଳି ଘୋଡା ବେପାର କରୁନାହୁଁ । କିନ୍ତୁ ଦିଗବିଜୟ ସିଂଙ୍କୁ ନେଇ ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ୍ ବୋଲି କହିଛନ୍ତି କଂଗ୍ରେସ ପ୍ରବକ୍ତା କେକେ ମିଶ୍ର ।

Share