Categories: ଜାତୀୟ

‘ଶୁକ୍ର୍ରିୟା ମୋଦି ଭାଇଜାନ’ ଅଭିଯାନକୁ ନେଇ ଭାଜପାକୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ ଲୋକ ସଭା ନିର୍ବାଚନରେ ବିଜୟର ହ୍ୟାଟ୍ରିକ ସ୍କୋର କରିବାକୁ ମୋଦି ସରକାର କକୌଣସି ପଥରକୁ ଅଣଦେଖା କରିବାକୁ ଚାହୁଁନାହାଁନ୍ତି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ଏହାର ପାରମ୍ପାରିକ ଭୋଟର ତଥା ବିରୋଧୀ ଦଳର ମୂଳ ଭୋଟରଙ୍କୁ ଭାଙ୍ଗିବାକୁ ଯୋଜନା କରିଛି। ମୁସଲମାନ ଭୋଟରଙ୍କୁ ଉତ୍ସାହିତ କରିବା ଏବଂ ୟୁପିର ୮୦ଟି ଲୋକ ସଭା ଆସନ ଜିତିବା ପାଇଁ ଭାଜପା ‘ଶୁକ୍ରିୟା ମୋଦି ଭାଇଜାନ’ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି ସମୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ଦିଗବିଜୟ ସିଂ ‘ଶୁକ୍ରିୟା ମୋଦି ଭାଇଜାନ’ ଅଭିଯାନକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି।
ସୂଚନା ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ସିଂ ଏହି ଅଭିଯାନକୁ ଟାର୍ଗେଟ କରି ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟୁଇଟ କରି କହିଛନ୍ତି ଯେ ‘@BJP4India ଏବଂ @ @PMOIndia ଜୟ ଶ୍ରୀ ରାମଙ୍କ ସହ ମୋଦି ଭାଇଜାନଙ୍କୁ ଧନ୍ୟବାଦ ଜଣାଉଛି। । ପ୍ରକୃତରେ ଭାଜପା ବଦଳି ଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ଭୋଟ ବ୍ୟାଙ୍କ ରାଜନୀତି ନୁହେଁ କି। କେବଳ @RSSorg ମୋହନ ଭାଗବତ ଜୀ ଏହାର ଉତ୍ତର ଦେଇପାରିବେ।

Share