ଡିକି ଭାଙ୍ଗି ନେଇଗଲେ ଟଙ୍କା

ଜମନକିରା,୩ା୬(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ବସ୍‌ଷ୍ଟାଣ୍ଡ ନିକଟରୁ ଏକ ବାଇକ୍‌ ଡିକି ଭାଙ୍ଗି ଜଣେ ଦୁର୍ବୃତ୍ତ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି।

ଅଭିଯୋଗ ମୁତାବକ, ଲାଡଙ୍ଗପାଲି ଗ୍ରାମର ଖତୁ ବାଗ ନାତି ରମାକାନ୍ତ ବାଗଙ୍କ ସହ ଜମନକିରା କୋଅପରେଟିଭ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ବାଇକ୍‌ ଡିକିରେ ରଖିଥିଲେ। ଉଭୟ କୌଣସି କାମ ପାଇଁ ବସ୍‌ଷ୍ଟାଣ୍ଡ ନିକଟ ଚୂଡ଼ାମଣି ମୋବାଇଲ ଦୋକାନରେ ଅଟକି ଥିଲେ। ସେତିକିବେଳେ ଜଣେ ଦୁର୍ବୃତ୍ତ ଡିକି ଭାଙ୍ଗି ଟଙ୍କା ସହ କାଗଜପତ୍ର ନେଇଯାଇଥିଲେ। ରମାକାନ୍ତ ପିଛା କରିଥିଲେ ମଧ୍ୟ ପଛପଟୁ ଆସୁଥିବା ଅନ୍ୟ ଏକ ବାଇକ୍‌ରେ ଯୁବକ ଜଣକ ଫେରାର ହୋଇଯାଇଥିଲେ। ଏ ନେଇ ଖତୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share