ତୈମୁରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ବି-ଟାଉନରେ ନିଜର ଆଇଟମ୍‌ ନୃତ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ହେଉଛନ୍ତି ନୋରା ଫତେହି। ଏବେ ସେ ନିଜର ବିବାହକୁ ନେଇ ହେଡ୍‌ଲାଇନ୍‌ରେ ରହିଛନ୍ତି। ନୋରା ଲୋକପ୍ରିୟ ଷ୍ଟାରକିଡ୍‌ ତଥା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। କରିନା କପୁରଙ୍କ ଚାଟ୍‌ ଶୋ’ରେ ନିଜେ ନୋରା ଏହିକଥା କହିଛନ୍ତି।
ନୋରା କହିଥିଲେ ଯେ, ତୈମୁର ଯେତେବେଳେ ବଡ଼ ହୋଇଯିବେ ମୁଁ ତାଙ୍କୁ ବିବାହ କରିବି। ଏହା ପ୍ରସ୍ତାବ ଶୁଣିବା ପରେ କରିନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହସି ହସି ସେ କହିଥିଲେ, ଠିକ୍‌ ଅଛି, ଏବେ ସେ ମାତ୍ର ୪ ବର୍ଷର। ବହୁତ ସମୟ ଅଛି, ଏବେ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ। କୌଣସି କଥା ନାହିଁ, ମୁଁ ଅପେକ୍ଷା କରିବି ବୋଲି ନୋରା କହିଥିଲେ।

Share