ଡିଏନ୍‌ଏ ରିପୋର୍ଟରେ ତୃତୀୟ ମୃତକ ଦିଲୀପ

ଭୁବନେଶ୍ୱର,୧୦।୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲ ଏସି କମ୍ପ୍ରେସରରେ ଗ୍ୟାସ୍‌ ଭର୍ତ୍ତିବେଳେ ବିସ୍ଫୋରଣ ଘଟଣାକୁ ମଙ୍ଗଳବାର ୧୨ଦିନ ପୂରିଥିବା ବେଳେ ୩ ଜଣଙ୍କ ଜୀବନ ଯାଇଛି। ଏଭଳିସ୍ଥିତିରେ ତୃତୀୟ ମୃତକ ପୁରୀ ଜିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲୀପ ସାମନ୍ତରାୟ ବୋଲି କୁହାଯାଉଥିବାବେଳେ ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂରହୋଇଛି। ମଙ୍ଗଳବାର ପୋଲିସ ନିକଟରେ ପହଞ୍ଚତ୍ଥିବା ଡିଏନ୍‌ଏ ରିପୋର୍ଟରେ ତୃତୀୟ ମୃତଦେହ ଦିଲୀପଙ୍କର ବୋଲି ସ୍ପଷ୍ଟ ହୋଇଛି। ଏହାପରେ ମୃତଦେହ ନେବାକୁ ଅପେକ୍ଷା କରିଥିବା ଦିଲୀପଙ୍କ ପରିବାର ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଦିଲୀପଙ୍କ ମା’ ଅହଲ୍ୟା ପୁଅର ମୃତଦେହ ନେବା ପାଇଁ ପ୍ରତିବାଦ କରିଥିଲେ। ଅହଲ୍ୟାଙ୍କ ସମେତ ପରିବାର ସଦସ୍ୟମାନେ ମଞ୍ଚେଶ୍ୱର ଥାନା ସାମ୍ନାରେ ଧାରଣା ଦେଇଥିଲେ। ତେବେ ଡିଏନ୍‌ଏ ରିପୋର୍ଟ ମିଳିବା ପରେ ପୋଲିସ ଏମ୍‌ସରେ ଥିବା ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ହସ୍ପିଟାଲ ଛାତ ଉପରେ ଏସି ମେଣ୍ଟେନାନ୍ସ କାମ ଚାଲିଥିବାବେଳେ ଡିସେମ୍ବର ୨୯ ସାରେ ଏହି ଅଘଟଣ ଘଟିଥିଲା। କମ୍ପ୍ରେସର୍‌ରେ ସମସ୍ୟା ଯୋଗୁ ତାହା ଫାଟିଯାଇଥିଲା। ଏହି ବିସ୍ଫୋରଣରେ ଦିଲୀପଙ୍କ ସମେତ ୪ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ପ୍ରଥମେ କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ କୁଳବ୍ରାହ୍ମଣସାଇଲୋ ଗ୍ରାମର ଜ୍ୟୋତିରଞ୍ଜନ ମଲ୍ଲିକ, ପରେ ଶ୍ରୀତମ ସାହୁ ଏବଂ ଶେଷରେ ଦିଲୀପଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟତମ ଆହତ ସୀମାଞ୍ଚଳ ବିଶ୍ୱାଳଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଆରମ୍ଭରୁ ଘଟଣାକୁ ଚପାଇ ଦିଆଯାଇଥିଲା। ମୃତଦେହ ଚିହ୍ନଟରେ ବଡ଼ ତ୍ରୁଟି ହୋଇଥିବା ଜଣାପଡିବା ପରେ ବିସ୍ଫୋରଣ ଓ ପରବର୍ତ୍ତୀ ଭୟଙ୍କର ସ୍ଥିତି ପଦାକୁ ଆସିଥିଲା। ପ୍ରଥମ ମୃତକ ଜ୍ୟୋତିରଞ୍ଜନଙ୍କ ମୃତଦେହକୁ ଦିଲୀପ ସାମନ୍ତରାୟ କୁହାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଦିଆଯାଇଥିଲା। ଦିଲୀପଙ୍କ ପରିବାର ମଧ୍ୟ ଜ୍ୟୋତିଙ୍କ ମୃତଦେହକୁ ସତ୍କାର କରିଦେଇଥିଲେ। ଏପରିକି ସ୍ବାମୀ ମୃତ୍ୟୁରେ ଭାଙ୍ଗିପଡି ଦିଲୀପଙ୍କ ସ୍ତ୍ରୀ ସୌମ୍ୟାଶ୍ର ଜେନା ଆତ୍ମହତ୍ୟା କରିଦେଇଥିଲେ। ତେବେ ଜୀବିତ ଥିବା ବା ଚିକିତ୍ସିତ ହେଉଥିବା ଦିଲୀପ ହସ୍ପିଟାଲ ହସ୍ପିଟାଲ ବେଡ୍‌ ନିଜ ପରିଚୟ ଦେବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହାପରେ ହାଇଟେକ୍‌ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆନ୍ଦୋଳନ, ଧସ୍ତାଧସ୍ତି ଭିତରେ ଦିଲୀପଙ୍କ ଚିକିତ୍ସାକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିକି ଦିଲୀପଙ୍କୁ ଜାଣିଶୁଣି ମାରିଦେବେ ବୋଲି ପରିବାର ଲୋକେ ଆଶଙ୍କା କରିଥିଲେ। ସେହି ରାତିରେ ହିଁ ଦିଲୀପ ପରିଚୟ ଦେଇଥିବା ତୃତୀୟ ଆହତଙ୍କ ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଗଲା। ହେଲେ ପୋଲିସ ଦିଲୀପଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର ନ କରି ପରିଚୟ ପାଇଁ ଡିଏନ୍‌ଏ ଟେଷ୍ଟ ଲାଗି ତାଙ୍କ ମାଆ ଓ ଜ୍ୟୋତିଙ୍କ ମା’ବାପାଙ୍କ ନମୁନା ଦିଲ୍ଲୀ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri