Posted inଖେଳ

ହକିର ପୁରୁଣା ଗଡ଼ ଉପରେ ଦିଲୀପଙ୍କ ନଜର

ଭୁବନେଶ୍ୱର, ୨୬ା୯(କ୍ରୀଡ଼ା ପ୍ରତିନିଧି) ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଅଲିମ୍ପିଆନ ଦିଲୀପ ତିର୍କୀଙ୍କୁ ରବିବାର ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ୪୧୨ ଆନ୍ତର୍ଜାତିକ ହକି ମ୍ୟାଚ୍‌ ଖେଳିବାର ରେକର୍ଡ ରଖିଥିବା ଦିଲୀପ ନିକଟରେ ଅନୁଷ୍ଠିତ ନିର୍ବାଚନରେ ନିର୍ବିବାଦରେ ସଭାପତି ନିର୍ବାଚିତ ହୋଇଥିଲେ। ତାଙ୍କ ବାସଭବନରେ ଓସ୍‌ଜାର ସଦସ୍ୟମାନେ ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ଉପହାର ପ୍ରଦାନ କରିଥିଲେ।

ରାଜ୍ୟ ଓ ଦେଶରେ ହକି ପ୍ରସାର ବାବଦରେ ସଓଜାର ସଦସ୍ୟମାନଙ୍କ ସହ କଥା ହୋଇଥିଲେ ଦିଲୀପ। ଜାନୁଆରୀ ମାସରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ତାଙ୍କ ପାଇଁ ପ୍ରଥମ ବଡ଼ ଆହ୍ବାନ। ଭାରତୀୟ ହକିର ପୁରୁଣା ଗଡ଼ ଭୋପାଳ, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ଆଦିରୁ ପୁଣି ଭଲ ପ୍ରତିଭା ବାହାରନ୍ତି ସେଦିଗରେ ତାଙ୍କ ବିଶେଷ ଦୃଷ୍ଟି ରହିବ ବୋଲି ଦିଲୀପ କହିଥିଲେ। ରବିବାର ବହୁ ରାଜନେତା ଓ ଖେଳାଳି ଦିଲୀପଙ୍କ ବାସଭବନକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେମାନଙ୍କ ଭିତରେ ସାମିଲ ଥିଲେ ଭାରତୀୟ ହକି ଦଳର ଦୁଇ ସଦସ୍ୟ ଅମିତ ରୋହିଦାସ ଓ ଦିପସାନ ର୍ତିକୀ, ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ ତାଙ୍କ ଝିଅ ଜୁନିୟର ଆଥଲେଟ୍‌ ଆଶିଂକା। ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ସହ ସୁରେଶ ସ୍ବାଇଁ, ଦେବାଶିଷ ସୁନ୍ଦରାୟ, ସମ୍ବିତ ମହାପାତ୍ର, ତପନ ସ୍ବାଇଁ, ତନ୍ମୟ ଦାସ, ବେଣୁଧର ଦାସ, ରଞ୍ଜନ ରାୟ, ଚକ୍ରଧର ମାଝି, କୁମାର ବିମଲ ଏବଂ ମହେନ୍ଦ୍ର ସାହୁ ଦିଲୀପଙ୍କୁ ଭେଟିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri