ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…

ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଗତ ୫ ଦିନ ପୂର୍ବରୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରୁ ବାହାରିମାତ୍ରେ ତାଙ୍କୁ କ୍ୟାମେରାରେ କଏଦ୍‌ କରାଯାଇଥିଲା। ଉକ୍ତ ଫଟୋରେ ଦିଲ୍ଲୀପ କୁମାର ଷ୍ଟ୍ରେଚରରେ ଶୋଇଥିବାର ଦେଖିବାକୁ ମିଳିଥିଲା।

ଏହି ସମୟରେ ତାଙ୍କ ସହ ପତ୍ନୀ ସାୟରା ବାନୁ ଓ ସର୍ମ୍ପକୀୟ ଉପସ୍ଥିତ ଥିଲେ। ହସ୍ପିଟାଲର ବାହାରକୁ ଆସିବା ପରେ ସାୟରା ଖବରଦାତାଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ। ଏଥିସହ ସାୟରା କହିଛନ୍ତି, ଦିଲ୍ଲୀପ କୁମାରଙ୍କ ଫୁସ୍‌ଫୁସ୍‌ରୁ ସମ୍ପୂର୍ଣ୍ଣ ଭାବେ ପାଣି କଢ଼ା ହୋଇଯାଇଛି। ଏବେ ସେ ସୁସ୍ଥ ଅଛନ୍ତି। ପ୍ରଶଂସକଙ୍କ ପ୍ରାର୍ଥନା ପ୍ରଭାବ ପକାଇଛି, ଆଗକୁ ବି ଏଭଳି ପ୍ରାର୍ଥନା ଜାରି ରହିଥାଉ ବୋଲି କହିବା ସହ ସାୟରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share