Categories: ଜାତୀୟ

ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ମୁମ୍ବାଇ,୭।୭: ହିନ୍ଦୀ ସିନେମା ଜଗତର ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କୁ ମୁମ୍ବାଇ ଜୁହୁ କବରସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଛି । ମୁସ୍‌ଲିମ୍‌ ରିତିନୀତି ଅନୁଯାୟୀ ତାଙ୍କୁ ସମାଧି ଦିଆଯାଇଛି । ମୁମ୍ବାଇ ପୋଲିସ ପକ୍ଷରୁ ରାଜକୀୟ ସମ୍ମାନ ସହ ଦିଲୀପଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା।

ସେପଟେ ଦିଲୀପଙ୍କ ସ୍ତ୍ରୀ ସାଏରା ବାନୋ ଲୁହ ଭରା ଆଖିରେ ବିଦାୟ ଦେଇଛନ୍ତି । ଦିଲୀପଙ୍କ ଶେଷ ଦର୍ଶନ ପାଇଁ କବରସ୍ତାନରେ ବିଗ ବି ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ ପହଞ୍ଚି ଅନ୍ତିମ ବିଦାୟ ଦେଇଥିଲେ। ଅନ୍ୟପକ୍ଷେ ଅଭିନେତା ଦିଲୀପଙ୍କ ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଛି ।

Share