ମୁମ୍ବାଇ,୨ ।୭: ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲିପ କୁମାର ବୟସାଧିକ୍ୟ ରୋଗ ଯୋଗୁ କିଛି ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଥିବା ଜଣାପଡିଛି । ଦିଲିପଙ୍କ ନିକଟତର ବନ୍ଧୁ ଫୈଜଲ ଫାରୁକି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଦିଲିପ କୁମାର ପୂର୍ବାପେକ୍ଷା ସୁସ୍ଥ ଅଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଯିବ । ଗତ ମଙ୍ଗଳବାର ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେବି ସେ ଆଇସିୟୁରେ ଅଛନ୍ତି । ବୟସ ଅଧିକ କାରଣରୁ ପରିବାର ସଦସ୍ୟ କୌଣସି ପ୍ରକାର ରିସ୍କ ନ ନେଇ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇ ଆସିଥିଲେ । ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାରୁ ତାଙ୍କୁ ହସ୍ପିଟାଲରୁ ଶୀଘ୍ର ଛୁଟି ମିଳିଯିବ ।