Categories: ଖେଳ

ଦିଲୀପ ତିର୍କୀଙ୍କୁ ପି.ଏଚ୍‌.ଡି. ସମ୍ମାନ

ନୂଆଦିଲ୍ଲୀ, ୨୩ା୧୨: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଶ୍ରୀ ୟୁନିଭର୍ସିଟି ତରଫରୁ ହକି ଇଣ୍ଡିଆ ସଭାପତି ଓ ପୂର୍ବତନ ଭାରତୀୟ ଅଧିନାୟକ, ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ସ୍ପୋଟର୍‌ସ ସାଇନ୍ସରେ ପିଏଚ୍‌ଡି ସମ୍ମାନରେ ସମ୍ମାନିତ କରାଯାଇଛି। ତିର୍କୀ ତାଙ୍କ କ୍ୟାରିୟରରେ ଏକାଧିକ ଥର ଅଲିମ୍ପିକ୍ସ ଇଓ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଛନ୍ତି। ଉଭୟ ପଡ଼ିଆ ଏବଂ ପଡ଼ିଆ ବାହାରେ ତାଙ୍କ ନେତୃତ୍ୱ ଖେଳର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ରହିଥିବା ତାଙ୍କ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥାଏ। ସବୁଠାରୁ ଅଧିକ ୪୧୨ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ରେକର୍ଡ ତାଙ୍କ ନାମରେ ରହିଛି। ଦିଲୀପ ତିର୍କୀ ଏହା ପୂର୍ବରୁ ଖେଳ ପ୍ରତି ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୦ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପିଏଚ୍‌ଡି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।

Share