Categories: ଜାତୀୟ

ଦିଲ୍ଲୀପ ପାଟିଲ ହେବେ ମହାରାଷ୍ଟ୍ରର ଗୃହମନ୍ତ୍ରୀ!

ମୁମ୍ବାଇ,୫।୪: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଏନ୍‌ସିପି ନେତା ଦିଲ୍ଲୀପ ଓ୍ବାଲସେ ପାଟିଲ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଶହେ କୋଟି ଟଙ୍କାର ବଟି ଆଦାୟ ମାମଲରେ ହାଇକୋର୍ଟ ସୋମବାର ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅନୀଲ ଦେଶମୁଖ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତାଙ୍କ ଇସ୍ତଫା ପରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦିଲ୍ଲୀପ ପାଟିଲଙ୍କ ନାଁ ସମ୍ମୁଖକୁ ଆସୁଛି।

Share