Categories: ଜାତୀୟ

ଆନ୍ଦୋଳନ ରତ କୃଷକଙ୍କ ଗରମ ପୋଷାକ ପାଇଁ ଦିଲଜିତ ଦାନ କରିଛନ୍ତି ଏକ କୋଟି ଟଙ୍କା !

ନୂଆଦିଲ୍ଲୀ,୬ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକଙ୍କୁ ଶନିବାର ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଝ ଭେଟିଥିଲେ । ଏହାସହ ସରକାର ସେମାନଙ୍କ ଦାବି ମାନି ନିଅନ୍ତୁ ବୋଲି ମଧ୍ୟ ଅନୁରୋଧ କରିଥିଲେ । ଏବେ ଶୁଣିବାକୁ ମିଳିଛି କି ଦିଲଜିତ ଆନ୍ଦୋଳନ ରତ କୃଷକଙ୍କୁ ଥଣ୍ଡା ଦାଉରୁ ରକ୍ଷା କରିବାକୁ ସେମାନଙ୍କ ଲାଗି ଗରମ ପୋଷାକ କିଣିବାକୁ କୁଆଡେ ୧ କୋଟି ଟଙ୍କା ଦାନ କରିଛନ୍ତି । ସିନ୍ଧୁ ସୀମାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା କୃଷକଙ୍କୁ ସାମ୍ବାଧନ କରି ଦିଲଜିତ କହିଥିଲେ ଆପଣମାନେ ନୂଆ ଇତିହାସ ସୃଷ୍ଟି କରିଛନ୍ତି ଯାହା ଭବିଷ୍ୟତ ପିଢି ପାଇଁ ବର୍ଣ୍ଣିତ ହୋଇ ରହିବ । ସମଗ୍ର ଦେଶ କୃଷକଙ୍କ ସହ ଠିଆ ହୋଇଥିବା ବେଳେ ସରକାର ସେମାନଙ୍କ ଦାବି ମାନି ନିଅନ୍ତୁ ବୋଲି ଦିଲଜିତ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ କୃଷକମାନଙ୍କ ଗରମ ପୋଷାକ ପାଇଁ ଦିଲଜିତ ଯେଉଁ ୧ କୋଟି ଅର୍ଥ ଦାନ କରିଛନ୍ତି ସେ ନିଜେ ଏ ବିଷୟରେ କେଉଁଠି ଉଲ୍ଲେଖ କରି ନାହାନ୍ତି । କିନ୍ତୁ ଦିଲଜିତଙ୍କର ଜଣେ ପ୍ରଶଂସକ ତଥା ପଞ୍ଜାବୀ ସିଙ୍ଗର ସିଙ୍ଗା ତାଙ୍କର ଯାଞ୍ଚ ହୋଇଥିବା ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି, ଦିଲଜିତ ଭାଇ ଆପଣ କୃଷକଙ୍କ ଗରମ ପୋଷାକ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି ଏବଂ ଏକଥା କେହି ଜାଣି ନାହାନ୍ତି । ଆଜିକାଲି ଲୋକେ ୧୦ ଟଙ୍କା ଦାନ କଲେ ସମସ୍ତେ ଜାଣୁଛନ୍ତି । ଆପଣଙ୍କୁ ଧନ୍ୟବାଦ ।

Share