ବନ୍ଦ ହେଲା ଦିଲୀପ କୁମାରଙ୍କ ଟୁଇଟର ଆକାଉଣ୍ଟ

ନୂଆଦିଲ୍ଲୀ,୧୬।୯: ବନ୍ଦ ହେଲା ବିଶିଷ୍ଟ ଅଭିନେତା ଦିଲୀପ କୁମାରଙ୍କ ଟୁଇଟର ଆକାଉଣ୍ଟ। ଦିଲ୍ଲୀପ କୁମାରଙ୍କ ସମ୍ପର୍କୀୟ ଫେଜଲ ଫାରୁକି ଏ ନେଇ ସୂଚନା ଦେଇଛନ୍ତି। ଦିଲୀପଙ୍କ ସ୍ତ୍ରୀ ସାଇରା ବାନୁ ମଧ୍ୟ ଏ ନେଇ ସହମତି ଜଣାଇଛନ୍ତି।

ସୂଚନା ଅନୁସାରେ, ଦିଲୀପ କୁମାର ଜୁଲାଇ ୭ ତାରିଖରେ ୯୮ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ। ସାଗିନା, ଗୋପି, ବୈରାଗ, ଦୁନିଆ ଆଦି ଚଳଚ୍ଚିତ୍ରରେ ସାଇରା ବାନୁ ଓ ଦିଲ୍ଲୀପ କୁମାର ସହ କଳାକାର ଥିଲେ। ଫିଲ୍ମ କିଲ୍ଲା ଦିଲୀପଙ୍କର ଶେଷ ଚଳଚ୍ଚିତ୍ର ଥିଲା।

 

Share