ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି। ଏଭଳି ସ୍ଥିତିରେ ରାଉଲକେଲା ନିର୍ବାଚନମଣ୍ଡଳୀରେ ବିଗ୍‌ ଫାଇଟ୍‌ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

୨୦୧୯ରେ ନିର୍ବାଚନ ଲଢି ନ ଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଏଥର ନିର୍ବାଚନ ଲଢିବେ। ରାଉରକେଲାରୁ ଦିଲ୍ଲୀପ ରାୟ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟରେ ସେ ବିଜୟୀ ହୋଇଥିଲେ। ୨୦୧୪ରେ ସେ ଏହି ଆସନରୁ ଭାଜପା ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଁସଦା, ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁଙ୍କୁ ଦଳ ଟିକେଟ୍‌ ଦେଇଛି। ସେହିପରି କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁ, ଝରିଗାଁରୁ ନରସିଂହ ଭତ୍ରା, ଡାବୁଗାଁ- ସୋମନାଥ ପୂଜାରୀ, ରାଜନଗରରୁ ଲଳିତ ବେହେରା, ବାଲିକୁଦା ଏରସମାରୁ ପ୍ରାର୍ଥୀ ସତ୍ୟସାରଥି ମହାନ୍ତି ହୋଇଛନ୍ତି। ଜଗତସିଂହପୁରରୁ ଅମରେନ୍ଦ୍ର ଦାଶ, କାକଟପୁରରୁ ବାଇଧର ମଲ୍ଲିକ,
ରଣପୁରରୁ ସୁରମା ପାଢ଼ୀ, ସାନଖେମୁଣ୍ଡିରୁ ଉତ୍ତମ କୁମାର ପାଣିଗ୍ରାହୀ, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ବିଷମକଟକରୁ ଜଗନ୍ନାଥ ନୁଣ୍ଡ୍ରୁକା ରାୟଗଡ଼ାରୁ ବସନ୍ତ ଉଲାକା, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, କୋଟପାଡରୁ ରୁପୁ ଭତ୍ରା, ପଟାଙ୍ଗୀରୁ ଚୈତନ୍ୟ ନନ୍ଦିବାଲି, ଚିତ୍ରକୋଣ୍ଡାରୁ ଡମ୍ବରୁ ଶିଶା ପ୍ରାର୍ଥୀ ହୋଇଛନ୍ତି।

Share