ମହାରାଷ୍ଟ୍ରରେ ଖୋଲିଲା ସିନେମା ହଲ୍‌: ଦର୍ଶକେ ଦେଖିବେ ଡିଡିଏଲ୍‌

ମୁମ୍ବାଇ,୬ ।୧୧: କରୋନା ମହାମାରୀ କାରଣରୁ ପ୍ରାୟ ସାରା ଦେଶରେ ସିନେମା ହଲ୍ ବନ୍ଦ ଥିବା ବେଳେ ଏବେ କିଛି କିଛି ରାଜ୍ୟରେ ଏହା ଖୋଲୁଥିବା ଦେଖାଯାଇଛି । ତେବେ ମହାରାଷ୍ଟ୍ରରେ ଶୁକ୍ରବାରଠାରୁ ସିନେମା ହଲ୍ ଖୋଲିଛି । ପ୍ରଥମେ କିଛି ହଲ୍‌ରେ ଶାହାରୁଖ ଖାଁ ଓ କାଜଲଙ୍କ ଅଭିନୀତ ଫିଲ୍ମ ‘ଦିଲ ୱାଲେ ଦୁଲହନିୟା ଲେ ଯାଏଙ୍ଗେ’ ଚାଲିବ ବୋଲି ଜଣାପଡିଛି । ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଇତିମଧ୍ୟରେ ଆଦିତ୍ୟ ଚୋପ୍ରାଙ୍କ ଏହି ଆଇକନିକ ଫିଲ୍ମ ୨୫ ବର୍ଷ ପୂରଣ କରିଛି ସତ ହେଲେ ଏବେବି ଏହାପାଇଁ ଦର୍ଶକଙ୍କ ମଧ୍ୟରେ ସେତିକି କ୍ରେଜ ରହିଛି ଯାହା ପୂର୍ବରୁ ଥିଲା । ସେଥିପାଇଁ କିଛିଦିନ ହେଲା ଏହା ଟ୍ରେଣ୍ଡ କରୁଛି । ସୂଚନାଯୋଗ୍ୟ, କାଜଲ-ଶାହାରୁଖଙ୍କ ଏହି ଫିଲ୍ମ ପୁଣିଥରେ ୧୮ଟି ଦେଶରେ ରିଲିଜ୍ ହେବାର ଯୋଜନା କରାଯାଉଛି ।

Share