ପାକିସ୍ତାନୀ ଖେଳାଳିଙ୍କ ପ୍ରିୟ ନାୟିକା ‘ଡିମ୍ପଲ ଗର୍ଲ’

ମୁମ୍ବାଇ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଅମୀର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି। କିନ୍ତୁ ସେ ବିଭିନ୍ନ ଦେଶର କ୍ରିକେଟ ଲିଗ୍‌ରେ ଖେଳୁଛନ୍ତି। ଏବେ ଏକ କାରଣକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ଅମୀର କାରବିଆନ ପ୍ରିମିୟର ଲିଗ୍‌ରେ ଜାମାଇକା ଟାଲଓ୍ବା ପାଇଁ ଖେଳୁଛନ୍ତି। ଗୋଟିଏ ଦିନ ପୂର୍ବରୁ ତାଙ୍କ ଦଳ ସେଣ୍ଟ ଲୁସିଆ କିଙ୍ଗ୍ସ ବିପକ୍ଷରେ ଥିଲା। ଏହି ଦଳର ସହ-ମାଲିକ ହେଉଛନ୍ତି ବଲିଉଡ୍‌ର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ସେ କିଙ୍ଗସ ଏବଂ ଟାଲ୍‌ଓ୍ବା ମଧ୍ୟରେ ଏହି ମ୍ୟାଚ ଦେଖିବା ପାଇଁ ସେଣ୍ଟ ଲୁସିଆର ଡାରେନ ସାମି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଏହି ମ୍ୟାଚ ପରେ ମହମ୍ମଦ ମୀର ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ପ୍ରୀତିଙ୍କ ସହ ନଜର ଆସିଛନ୍ତି।

ଏହି ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ‘ବଲିଉଡର ମୋର ସବୁଠାରୁ ପ୍ରିୟ ନାୟିକା … ପ୍ରୀତି ଜିଣ୍ଟା’।

ପ୍ରୀତି ତାଙ୍କ ଦଳ ପାଇଁ ଭାଗ୍ୟଶାଳୀ ଆକର୍ଷଣ ବୋଲି ପ୍ରମାଣିତ କରିଛନ୍ତି ମହମ୍ମଦ ଅମୀର। ସେଣ୍ଟ ଲୁସିଆ କିଙ୍ଗସ ଜାମାଇକା ଟାଲାଓ୍ବାକୁ ୧ ବଲରେ ୨ ଓ୍ବିକେଟରେ ପରାସ୍ତ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ଜାମାଇକା ଟାଲ୍‌ଓ୍ବା ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୩ ରନ୍‌ ସଂଗ୍ରହ କରିଥିଲେ। ଜାମାଇକା ପାଇଁ ରାମନ ରିଫର୍‌ ସର୍ବାଧିକ ୬୨ ରନ୍‌ ସଂଗ୍ରହ କରିଥିଲେ। ଅମୀରଙ୍କ ପର୍ଯ୍ୟାୟ ବ୍ୟାଟିଂ କରିବାକୁ ଆସି ନ ଥିଲା। ସେଣ୍ଟ ଲୁସିଆ କିଙ୍ଗସ ୧୯.୫ ଓଭରରେ ୮ ଓ୍ବିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲେ।

Share