୧୦୦ କୋଟିର ମାଲିକାଣୀ ଡିମ୍ପଲ ଗର୍ଲ

ମୁମ୍ବାଇ: ବଲିଉଡ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ବୁଧବାର ତାଙ୍କ ୩୬ତମ ଜନ୍ମଦିନ ପାଳିଛନ୍ତି। ବଲିଉଡ୍‌ କଳାକାରଙ୍କ ସମେତ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ୍‌ରେ ୧୫ ବର୍ଷର କ୍ୟାରିୟର ମଧ୍ୟରେ ଦୀପିକାଙ୍କ ପ୍ରଥମ ଫିଲ୍କ ‘ଓମ୍‌ ଶାନ୍ତି ଓମ୍‌’ ତାଙ୍କୁ ଇଣ୍ଡଷ୍ଟ୍ରିରେ ବଡ଼ ବ୍ରେକ୍‌ ଦେଇଥିଲା। ଏହାପରେ ସେ ୬ଟି ବ୍ଲକ ବଷ୍ଟର, ୬ଟି ହିଟ୍‌, ଗୋଟିଏ ସୁପରହିଟ୍‌ ଫିଲ୍ମ ସହ ଅନ୍ୟ ଚଳଚ୍ଚିତ୍ରରେ ମଧ୍ୟ ସୁନ୍ଦର ଅଭିନୟ କରିଛନ୍ତି, ଯାହା ଏବେ ତାଙ୍କୁ ଏକ ସଫଳ ଅଭିନେତ୍ରୀ ଭାବେ ଇଣ୍ଡଷ୍ଟ୍ରିରେ ନାଁ ଦେଇଛି। ସେ ଅନୂ୍ୟନ ୨୩ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଛନ୍ତି। ସିନେମାରେ ତାଙ୍କ ରୋଲ୍‌ ପାଇଁ ୮ କୋଟି ତ ଆଉ କେତେ ସିନେମାରେ ୧୨ କୋଟି ଟଙ୍କା ଡିମାଣ୍ଡ କରିଥାନ୍ତି। ଚଳଚ୍ଚିତ୍ର ବ୍ୟତୀତ ବଡ଼ ବ୍ରାଣ୍ଡ ପାଇଁ ବିଜ୍ଞାପନରୁ ମଧ୍ୟ ସେ ଆୟ କରିଥାନ୍ତି। ଯାହାକି ତାଙ୍କ ରୋଜଗାରକୁ ବଢାଇଛି। ୨୦୧୮ରେ ଦୀପିକାଙ୍କ ରୋଜଗାର ୪୦ କୋଟିରୁ ଉର୍ଦ୍ଧ୍ୱ ଥିବାବେଳେ ୨୦୧୯ ବୋଳକୁ ତାଙ୍କ ରୋଜଗାର ୪୮କୋଟିରେ ପହଞ୍ଚିଥିଲା। ଏବେ ସେ ଶହେ କୋଟିରୁ ଅଧିକ ସମ୍ପତ୍ତିର ମାଲିକାଣୀ। ମୁମ୍ବାଇରେ ତାଙ୍କର ୧୬ କୋଟିର ଘର ମଧ୍ୟ ରହିଛି। ଏହାଛଡା ତାଙ୍କର ଦାମୀକିଆ ଗାଡିର ସଉକ ରହିଛି। ତା ମଧ୍ୟରେ ମର୍ସିଡିଜ୍‌, ଅଡି ଏବଂ ମେବ୍ୟାକ୍‌ ୫୦୦ ସାମିଲ ଅଛି, ଯାହାର ମୂଲ୍ୟ ବହୁ କୋଟ ଟଙ୍କା ହେବ। ଏଥିସହ ତାଙ୍କୁ ଦାମୀ ଗହଣା ଏବଂ ବ୍ୟାଗ୍‌ର ସଉକ ମଧ୍ୟ ରହିଛି।

Share