ଝିଅ-ପୁଅଙ୍କ ଜନ୍ମଦିନର ଫଟୋ ଶେୟାର କଲେ ଡିମ୍ପଲ ଗର୍ଲ, ଲେଖିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ର ‘ଡିମ୍ପଲ ଗର୍ଲ’ ପ୍ରୀତି ଜିଣ୍ଟା ସରୋଗେସି ଜରିଆରେ ୨୦୨୧ରେ ଯାଆଁଳା ଶିଶୁଙ୍କୁ ସ୍ବାଗତ କରିଥିଲେ। ତାଙ୍କ ପିଲାମାନଙ୍କର ନାମ ହେଉଛି ଜୟ ଏବଂ ଜିଆ। ଆଜି ଅର୍ଥାତ୍‌ ଶୁକ୍ରବାର ଜୟ-ଜିଆଙ୍କୁ ବର୍ଷେ ପୂରିଛି। ପ୍ରୀତି ଆଜି ଇନ୍‌ଷ୍ଟାଗ୍ରାମରେ ପ୍ରଥମ ଜନ୍ମଦିନରେ ନିଜ ପିଲାମାନଙ୍କ ସହିତ ଏକ ସୁପର ଡୁପର ପୋଷ୍ଟ ଶେୟାର କରିଛନ୍ତି। ଫଟୋ ଶେୟାର କରି ସେ ନିଜ ପିଲାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ଦୁଇଟି ଭିନ୍ନ ପୋଷ୍ଟ ଶେୟାର କରି ନିଜ ପିଲାମାନଙ୍କ ପାଇଁ ଏକ ପ୍ରେମଭରା ନୋଟ୍‌ ଲେଖିଛନ୍ତି। ସେ ତାଙ୍କ ଝିଅ ଜିଆଙ୍କ ସହ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ମୁଁ ସବୁବେଳେ ଜାଣିଥିଲି ଯେ ମୁଁ ତୁମକୁ ଚାହୁଁଛି … ମୁଁ ତୁମ ପାଇଁ ପ୍ରାର୍ଥନା କଲି, ତୁମ ପାଇଁ ଇଚ୍ଛା କଲି ଏବଂ ବର୍ତ୍ତମାନ ତୁମେ ଏଠାରେ ଅଛ ଏବଂ ଏହା ଏକ ବର୍ଷ ହୋଇଗଲା। ମୋର ହୃଦୟ ପୂର୍ଣ୍ଣ ଏବଂ ମୁଁ ସବୁଦିନ ପାଇଁ କୃତଜ୍ଞ ରହିବି। ତୁମର ମୂଲ୍ୟବାନ ହସ, ତୁମର ଉଷ୍ମ ଆଲିଙ୍ଗନ ଏବଂ ମୋ ଜୀବନରେ ତୁମର ଉପସ୍ଥିତି ମୋର ଛୋଟ।’

ସେ ଆଉ ଏକ ପୋଷ୍ଟରେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମୋର ଛୋଟ ଡଲ୍‌। ତୁମେ ସବୁକିଛି ଯାହା ମୁଁ ଆଶା କରିଥିଲି। ଆଜି ଏବଂ ସର୍ବଦା ତୁମର ଜୀବନ ଭଲପାଇବା ଏବଂ ସୁଖରେ ପରିପୂର୍ଣ୍ଣ ହେଉ। ପ୍ରତ୍ୟେକ ଦିନ ତୁମ ପ୍ରତି ମୋର ଭଲପାଇବା ବହୁଗୁଣିତ ହୁଏ। ’

Share