ବିବାହ ପୂର୍ବରୁ ଅକ୍ଷୟଙ୍କୁ ସମଲିଙ୍ଗୀ ଭାବୁଥିଲେ ଶାଶୁ, ରଖିଥିଲେ ଏମିତି ସର୍ତ୍ତ

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ହେଉଛନ୍ତି ଅକ୍ଷୟ କୁମାର। ହିଟ୍‌ ସିନେମା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ଅକ୍ଷୟ ଏବଂ ସ୍ତ୍ରୀ ଟ୍ବିଙ୍କିଲ୍‌ ଖନ୍ନାଙ୍କ ବିବାହକୁ ୨୦ ବର୍ଷ ପୁରିଲାଣି। ହେଲେ ଉଭୟଙ୍କ କେମେଷ୍ଟ୍ରିକୁ ଆଜି ବି ଲୋକେ ବହୁତ ପସନ୍ଦ କରନ୍ତି। ୨୦୧୬ରେ କଫି ଉଇଥ୍‌ କରନ୍‌ର ଏକ ଚର୍ଚ୍ଚିତ ଏପିସୋଡରେ ଉଭୟ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥା ଉପରୁ ପରଦା ଉଠାଇଥିଲେ। ସେଥିରୁ ଗୋଟିଏ ଥିଲା ଅକ୍ଷୟଙ୍କ ଶାଶୁ ଡିମ୍ପଲ କପାଡ଼ିଆଙ୍କ ସହ ସମ୍ପର୍କ।

ବିବାହ ଲାଗି ଟ୍ବିଙ୍କିଲଙ୍କ ମା’ ଏକ ସର୍ତ୍ତ ରଖିଥିଲେ। ତାଙ୍କୁ ଲାଗୁଥିଲା ଯେ ଅକ୍ଷୟ ଗେ’ ଅର୍ଥାତ ସମଲିଙ୍ଗୀ। କାରଣ ଜଣେ ସାମ୍ବାଦିକ ବନ୍ଧୁ ଡିମ୍ପଲଙ୍କୁ ଅଭିନେତାଙ୍କ ବିଷୟରେ ଏମିତି କିଛି କହିଥିଲେ। ଏହା ଜାଣିବା ପରେ ଡିମ୍ପଲ ଅକ୍ଷୟଙ୍କ ବିଷୟରେ ସବୁକିଛି ପଚାରି ବୁଝିଥିଲେ। ଏପରିକି ସେ ରଖିଥିବା ସର୍ତ୍ତ ପୂରଣ ହେବା ପରେ ହିଁ ବିବାହ ହୋଇଥିଲା।

ଅକ୍ଷୟ-ଟ୍ବିଙ୍କଲଙ୍କ ବିବାହ ଲାଗି ଡିମ୍ପଲ ରଖିଥିବା ସର୍ତ୍ତ ବି ସୋନେ ପେ ସୁହାଗା ପରି ଥିଲା। ସେ ଉଭୟଙ୍କୁ ବର୍ଷେ ଯାଏ ଏକାଠି ରହିବାକୁ କହିଥିଲେ। ଅକ୍ଷୟ ଏହା ଶୁଣି ହଁ କହିଥିଲେ। ପରେ ୨୦୦୧ରେ ସେମାନଙ୍କର ବିବାହ ହୋଇଥିଲା।

Share