ଖିଲାଡି ହିରୋ ଅକ୍ଷୟ କୁମାର ବଲିଉଡ୍ର ଆଗଧାଡିର ଅଭିନେତାଙ୍କ ମଧ୍ୟରେ ଜଣେ। ତାଙ୍କର ପ୍ରକୃତ ନାମ ରାଜିବ ଭାଟିୟା। ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିସାରିଥିବା ଅକ୍ଷୟଙ୍କ ଅଭିନୟ କ୍ୟାରିୟର ସେତେଟା ସହଜ ନ ଥିଲା। କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ଆଜି ସେ ଏହି ସଫଳତା ପାଇପାରିଛନ୍ତି। ୧୯୯୧ରେ ଫିଲ୍ମ ‘ସୌଗନ୍ଧ’ରୁ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଲା, ଟ୍ବିଙ୍କର ଖନ୍ନାଙ୍କ ସହ ଅକ୍ଷୟଙ୍କ ବିବାହ ପୂର୍ବରୁ ଶାଶୁ ଡିମ୍ପଲ କପାଡିୟା ତାଙ୍କୁ ସମଲିଙ୍ଗୀ ଭାବୁଥିଲେ। ଏହା ଜାଣିବା ପରେ ଅକ୍ଷୟ ଶାଶୁଙ୍କ ଉପରେ ରାଗିଯାଇଥିଲେ।
କରଣ ଜୋହରଙ୍କ ଟିଭି ଶୋ’ ‘କଫି ଓ୍ବିଥ୍ କରଣ’ରେ ଟ୍ବିଙ୍କର ଏହି କଥା କହିଥିଲେ। ସେ କହିଥିଲେ, ବିବାହ ପୂର୍ବରୁ ଡିମ୍ପଲ ଅକ୍ଷୟଙ୍କୁ ସମଲିଙ୍ଗୀ ଭାବୁଥିଲେ। କାରଣ ତାଙ୍କର ଜଣେ ସାମ୍ବାଦିକ ବନ୍ଧୁ ତାଙ୍କୁ ଏପରି କହିଥିଲେ। ତେଣୁ ଅକ୍ଷୟଙ୍କ ସହ ଟ୍ବିଙ୍କଲଙ୍କର ବିବାହ କରାଇବା ପୂର୍ବରୁ ଡିମ୍ପଲ ତାଙ୍କ ବିଷୟରେ ଅନୁସନ୍ଧାନ ଲଗାଇଥିଲେ। ବିବାହ ପରେ ସନ୍ତାନ ପ୍ରସବ କରିବାକୁ ସକ୍ଷମ କି ନାହିଁ ବୋଲି ଡିମ୍ପଲ ଅକ୍ଷୟଙ୍କର ଜେନେଟିକ୍ ଯାଞ୍ଚ ମଧ୍ୟ କରାଇଥିବା ଟ୍ବିଙ୍କର କହିଥିଲେ।