ମୋ ସ୍ବାମୀଙ୍କଠାରୁ ଦୂରରେ ରୁହ- ରେଖାଙ୍କୁ ଏଭଳି ଧମକ ଦେଇଥିଲେ ଡିମ୍ପଲ କପାଡ଼ିଆ, ହେଲେ..

ବମ୍ବେ: ବଲିଉଡ୍‌ରେ ବିବାହିତ ଅଭିନେତାଙ୍କ ସହ ଅଭିନେତ୍ରୀଙ୍କ ନାମ ଯୋଡ଼ାଯିବା ନୂଆ କଥା ନୁହେଁ। ହେଲେ ବେଳେବେଳେ ଏହା ଚର୍ଚ୍ଚିତ ହୋଇଥାଏ। ଏକ ସମୟରେ ରେଖା, ରାଜେଶ ଖାନ୍ନା ଏବଂ ଡିମ୍ପଲ କପାଡ଼ିଆଙ୍କ କ୍ଷେତ୍ରରେ ସେଭଳି କିଛି ଘଟିଥିଲା। ତିନିଜଣ ବଲିଉଡ୍‌ର ବଡ଼ ନାମ ଥିଲେ।

ରାଜେଶ ଡିମ୍ପଲଙ୍କୁ ବିବାହ କରିଥିଲେ। ଅପରପକ୍ଷେ ରେଖା ତାଙ୍କର ଭଲ ବନ୍ଧୁ ଥିଲେ। ଉଭୟ ନଅଟି ଫିଲ୍ମରେ କାମ କରିଥିଲେ। ସେଥିରେ ‘ଅଗର ତୁମ ନା ହୋତେ, ନମକ ହାରାମ, ରାମ ତେରେ କିତନେ ନାମ’ ଫଳି ସୁପରହିଟ୍‌ ଚଳଚ୍ଚିତ୍ର ଅଛି। ଫିଲ୍ମରେ ରୋମାନ୍ସ କରୁ କରୁ ସେମାନେ ନିକଟତର ହୋଇଥିଲେ। ଏହାକୁ ନେଇ ପ୍ରଥମେ ଡିମ୍ପଲ କିଛି କହୁ ନ ଥିଲେ ବି ପରେ ସେ ରାଗି ଯାଇଥିଲେ। ରେଖାଙ୍କ ପାଖରେ ପହଞ୍ଚି ଏକପ୍ରକାର ଧମକ ଦେଇ ସେ ତାଙ୍କ ସ୍ବାମୀଙ୍କଠାରୁ ଦୂରରେ ରୁହନ୍ତୁ ବୋଲି କହିଥିଲେ। ହେଲେ ରେଖା ପୂର୍ବ ଭଳି ରାଜେଶଙ୍କ ସହ ଫିଲ୍ମ କରିଥିଲେ ବୋଲି କୁହାଯାଏ।

Share