‘ଆକସ୍ମିକ ରାଷ୍ଟ୍ରପତି’ ଡିନା ବୋଲୁଆର୍ଟେ

ଲିମା,୧୦ା୧୨: ପେରୁରେ ପୂର୍ବରୁ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିବା ଅନ୍ୟ ନେତାମାନେ ୫ ବର୍ଷ ଶାସନ କାଳ ପୂରଣ କରିପାରି ନ ଥିବାରୁ ଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଥାଏ। ସେହି ନେତାଙ୍କ ଭଳି ଡିନା ବୋଲୁଆର୍ଟେଙ୍କୁ ମଧ୍ୟ ‘ଆକସ୍ମିକ ରାଷ୍ଟ୍ରପତି’ ବୋଲି ଅଭିହିତ କରାଯାଇପାରିବ। ୬୦ ବର୍ଷୀୟା ଡିନା ପେସାରେ ଜଣେ ଆଇନଜୀବୀ। ବିଦାୟୀ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କ ଅଧୀନରେ ସେ ଉପରାଷ୍ଟ୍ରପତି ଦାୟିତ୍ୱ ତୁଲାଉଥିଲେ। ବାମପନ୍ଥୀ ନେତା କାଷ୍ଟିଲୋ ଗତ ବୁଧବାର ସଂସଦକୁ ଭଙ୍ଗକରି ଜରୁରିକାଳୀନ ସରକାର ଗଢ଼ିବାକୁ ଉଦ୍ୟମ କରିଥିଲେ। ବିରୋଧୀମାନେ ଏହାକୁ ସମ୍ବିଧାନର ଉଲ୍ଲଂଘନ ଦର୍ଶାଇ ତାଙ୍କ ବିରୋଧରେ ମହାଭିଯୋଗ ଆଣିଥିଲେ। ପ୍ରସ୍ତାବ ସପକ୍ଷରେ ୧୦୧ ଓ ବିରୋଧରେ ୬ ଭୋଟ ପଡ଼ିଥିଲା। ଶେଷରେ କାଷ୍ଟିଲୋଙ୍କୁ ରାଷ୍ଟ୍ରପତି ପଦ ହରାଇବାକୁ ପଡ଼ିଲା। ତତ୍କାଳ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଡିନା ଶପଥ ନେଲେ।

Share