ବର୍ତ୍ତମାନ ଆଇପିଏଲ୍ର ୧୩ତମ ସିଜିନ୍ ଚାଲିଛି। ଏହି ଅବସରରେ କ୍ରିକେଟରଙ୍କ ପ୍ରେମ କାହାଣୀ ସମ୍ପର୍କରେ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି ଦୀନେଶ କାର୍ତ୍ତିକଙ୍କ ଏକ ମଜାଦାର ଖବର ସମ୍ମୁଖକୁ ଆସିଛି।
୧୭ ବର୍ଷ ବୟସରେ କାର୍ତ୍ତିକ ଫଷ୍ଟକ୍ଲାସ କ୍ରିକେଟର ଭାବେ ଡେବ୍ୟୁ କରିଥିଲେ। ୨୦୦୪ରେ ତାଙ୍କୁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା। ଜଣେ ଭଲ ଖେଳାଳୀ ହୋଇଥିଲେ ମଧ୍ୟ ତାଙ୍କ କ୍ୟାରିୟର ସବୁବେଳେ ଅସ୍ଥିର ରହିଛି। ଠିକ୍ ସେହିପରି ତାଙ୍କ ବ୍ୟକ୍ତିଗଜ ଜୀବନ ମଧ୍ୟ। ୨୦୦୭ରେ କାର୍ତ୍ତିକ ପିଲାଦିନର ବନ୍ଧୁ ନିକିତାଙ୍କୁ ବିବାହ କରିଥିଲେ। ବିବାହର ଅଳ୍ପ ଦିନ ପରେ ନିକିତା ଗର୍ଭବତୀ ହୋଇଥିଲେ। ମାତ୍ର ପରେ ଦୀପିକା କ୍ରିକେଟର ମୁରଲୀ ବିଜୟଙ୍କୁ ଭଲପାଇ ବସିଥିଲେ। କାର୍ତ୍ତିକ ଏହା ଜାଣିବା ପରେ ସେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ। ଏହାପରେ କାର୍ତ୍ତିକ ସ୍କ୍ବାସ ଖେଳାଳି ଦୀପିକାଙ୍କୁ ବିବାହ କରିଥିଲେ।
ଦୀପିକା ଏବଂ କାର୍ତ୍ତିକ ୨୦୦୯-୧୦ ରେ ପ୍ରଥମ ଥର ପାଇଁ ଏକ ଜିମ୍ ସେଣ୍ଟରରେ ଭେଟିଥିଲେ। ପରେ ଦୀପିକାଙ୍କୁ ଦେଖାକରିବା ପାଇଁ ସବୁ ସମୟରେ ଜିମ୍କୁ ଯାଉଥିଲେ। ହଠାତ୍ ଦିନେ କାର୍ତ୍ତିକ ଦୀପିକାଙ୍କୁ ନିଜ ମନକଥା କହିଥିଲେ। ଦୀପିକା ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ। ପରେ ସେମାନେ ଅଗଷ୍ଟ ୨୦୧୫ରେ ବିବାହ କଲେ।
Posted inଖେଳ