Categories: ଖେଳ

ବାବର ହେବେ ‘ନମ୍ବର-୧’

ନୂଆଦିଲ୍ଲୀ,୨୭।୫: ଭାରତୀୟ କ୍ରିକେଟ ଟିମ୍‌ର ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ପାକିସ୍ତାନ ଟିମ୍‌ର ଅଧିନାୟକ ବାବର ଆଜମଙ୍କୁ ନେଇ ଦେଇଛନ୍ତି ବଡ଼ ବୟାନ। ସେ ଖୁବ୍‌ଶୀଘ୍ର ତିନୋଟି ଯାକ ଫର୍ମାଟରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ହେବେ ବୋଲି କାର୍ତ୍ତିକ ଭବିଷ୍ୟବାଣୀ କରିଛନ୍ତି।

ତିନୋଟି ଯାକ ଫର୍ମାଟରେ ଲଗାତାର ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି ବାବର। ଏବେ ସେ ଟି୨୦ ଏବଂ ଦିନିକିଆରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଏଣୁ ସେ କ୍ରିକେଟ ଇତିହାସର ତିନୋଟି ଯାକ ଫର୍ମାଟରେ ଖୁବ୍‌ଶୀଘ୍ର ନମ୍ବର -୧ ହେବେ ବୋଲି କାର୍ତ୍ତିକ ବିଶ୍ୱାସ କରନ୍ତି। କାରଣ ବାବରଙ୍କ କ୍ଷମତା ରହିଛି। ବାବର ନିକଟରେ ତାଙ୍କ ବ୍ୟାଟିଂ ଶୈଳୀକୁ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଫାଇଦା ମିଳିବ ବୋଲି ସେ କହିଛନ୍ତି।

Share