ନୂଆଦିଲ୍ଲୀ,୧୯।୮: ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ ୨୦୨୧। ଏହାକୁ ନେଇ କ୍ରିକେଟ ବିଶେଷଜ୍ଞ ଏବଂ ସମୀକ୍ଷକମାନେ ନିଜର ମତ ରଖୁଛନ୍ତି। ଏହି ତାଲିକାରେ ଯୋଡ଼ି ହୋଇଛନ୍ତି କ୍ରିକେଟର ଦୀନେଶ କାର୍ତ୍ତିକ। ସେ କହିଛନ୍ତି ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଶ୍ୱକପ୍ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ। ଦଳ ପାଖରେ ଅନେକ ଭଲ ଖେଳାଳି ଅଛନ୍ତି। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ୟୁଏଇରେ ବଡ଼ ପରିବର୍ତ୍ତନ ଆଣିପାରନ୍ତି। ସେ ନମ୍ବର ୬ରେ ବ୍ୟାଟିଂ କରିବାକୁ ଆସନ୍ତି। ହେଲେ ଯେତେବେଳେ ବି ସେ ଆସନ୍ତି ତାଙ୍କ ଉପରେ ଦାୟିତ୍ୱ ଥାଏ। ଗୋଟିଏ ନିଶ୍ୱାସରେ ମ୍ୟାଚ୍ ଛଡ଼ାଇ ନେବାର ସାମର୍ଥ୍ୟ ତାଙ୍କ ପାଖରେ ଅଛି। କାରଣ ସେ ଜଣେ ଅଦ୍ଭୁତ ଖେଳାଳି। ସେ ବୋଲିଂ ମଧ୍ୟ ଭଲ କରନ୍ତି ବୋଲି ଦୀନେଶ କହିଛନ୍ତି।