Advertisement

ଶୁଭମନଙ୍କୁ ନୁହେଁ, ସୂର୍ଯ୍ୟକୁମାରଙ୍କୁ ମିଳୁ ସୁଯୋଗ: କାର୍ତ୍ତିକ

ନୂଆଦିଲ୍ଲୀ,୩।୨: ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ପରେ ଏବେ ଟିମ୍‌ ଇଣ୍ଡିଆର ନଜର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପହଞ୍ଚିବା ଉପରେ ରହିଛି। ଏଥିଲାଗି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ମୁହାଁମୁହିଁ ହେବ। ଫେବୃୟାରୀ ୯ରୁ ଏହି ସିରିଜ ଆରମ୍ଭ ହେବାକୁ ଥିବା ବେଳେ ଶ୍ରେୟସ ଆୟାର ଏଥିରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଏମିତିରେ ଶୁଭମନଙ୍କ ନାମରେ ମୋହର ବାଜିବ ବୋଲି କୁହାଯାଉଥିବା ବେଳେ ଦିନେଶ କାର୍ତ୍ତିକ ଭିନ୍ନ ମତ ରଖିଛନ୍ତି।

କ୍ରିକବଜ୍‌ ସହ ବାର୍ତ୍ତାଳାପରେ କାର୍ତ୍ତିକ କହିଛନ୍ତି, ଯଦି ଶ୍ରେୟସ ଖେଳି ନ ପାରନ୍ତି ତେବେ ସୂର୍ଯ୍ୟକୁମାର ଏବଂ ଶୁଭମନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ହେଲେ ମୋତେ ବ୍ୟକ୍ତିଗତ ଭାବେ ଲାଗୁଛି ଯେ ଆମେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ଦେବା ଉଚିତ। କାରଣ ସେ ସ୍ପିନ୍‌କୁ ବହୁତ ଭଲ ଖେଳନ୍ତି। ଭଲ ଫର୍ମରେ ମଧ୍ୟ ସେ ଅଛନ୍ତି। ଗିଲ ନ ଖେଳିଲେ ରୋହିତ ଶର୍ମା ଏବଂ କେ ଏଲ୍‌ ରାହୁଲ ଓପନିଂ କରିପାରିବେ ବୋଲି ସେ କହିଛନ୍ତି।

କହିରଖୁଛୁ, ୨୦୨୨ରେ ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୧୮୦ ଷ୍ଟ୍ରାଇକ୍‌ ରେଟ୍‌ ସହ ୧୧୦୦ରୁ ଅଧିକ ରନ୍‌ କରିଥିଲେ। ଏଭଳି ପ୍ରଦର୍ଶନକୁ ନେଇ ତାଙ୍କୁ ପ୍ରଥମ ଥର ଲାଗି ଟେଷ୍ଟ ଟିମ୍‌ରେ ସାମିଲ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share