Categories: ଖେଳ

କୋଚ୍‌ ଭାବେ ବିଫଳତାକୁ ସହ୍ୟ କରିପାରୁ ନ ଥିଲେ ଶାସ୍ତ୍ରୀ: କାର୍ତ୍ତିକ

ନୂଆଦିଲ୍ଲୀ,୧୭।୮: ଭାରତର ଅନୁଭବୀ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଶାସ୍ତ୍ରୀ ଖେଳାଳିମାନଙ୍କୁ ବିଶେଷ ଉପଲବ୍ଧି ହାସଲ କରିବାକୁ ନେଇ ଉତ୍ସାହିତ କରିଥାନ୍ତି ସତ ହେଲେ ବିଫଳତାକୁ ସହ୍ୟ କରିପାରୁ ନ ଥିଲେ ବୋଲି କାର୍ତ୍ତିକ କହିଛନ୍ତି।

କ୍ରିକ୍‌ବଜ୍‌ର କାର୍ଯ୍ୟକ୍ରମ ‘ସମର ଷ୍ଟେଲ୍‌ମେଣ୍ଟ’ରେ କାର୍ତ୍ତିକ କହିଛନ୍ତି, ଯେଉଁ ଖେଳାଳି ନିର୍ଦ୍ଧିଷ୍ଟ ଭାବରେ ବ୍ୟାଟିଂ କରିପାରୁନାହିଁ ଅଥବା ନେଟରେ କିଛି ଆଉ ମଇଦାନରେ ଭିନ୍ନ ଖେଳୁଛି ତାକୁ ଶାସ୍ତ୍ରୀ ପସନ୍ଦ କରୁ ନ ଥିଲେ। ଦଳ କିଭଳି ଖେଳିବ ଏବଂ ଦଳ କ’ଣ ଚାହୁଁଛି ସେ ଭଲ ଭାବେ ଜାଣିଥିଲେ। ହେଲେ ସେ ବିଫଳତାକୁ ସହି ପାରୁ ନ ଥିଲେ। ସେ ସବୁବେଳେ ଖେଳାଳିଙ୍କୁ ଭଲ ଖେଳିବାକୁ ପ୍ରେରଣା ଦେଉଥିଲେ। ଏସବୁ ଦେଖିଲେ ସେ ଏବେ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡଙ୍କ ସମୟରେ ଖେଳି ଶାନ୍ତି ଅନୁଭବ କରୁଥିବା ସେ କହିଛନ୍ତି।

Share