ନୂଆଦିଲ୍ଲୀ,୧୦।୪: ଆଇପିଏଲ ୨୦୨୨ରେ ଦୀନେଶ କାର୍ତ୍ତିକ ଚମତ୍କାର ବ୍ୟାଟିଂ କରୁଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ ଦୀପିକା ପାଲ୍ଲିକଲ କାର୍ତ୍ତିକ ମଧ୍ୟ ପଛରେ ନାହାଁନ୍ତି। ଯାଆଁଳା ଶିଶୁ ଜନ୍ମ ହେବାର ୬ ମାସ ପରେ ବିଶ୍ୱ ଡବଲ୍ସ ସ୍କ୍ବାସ ଚାମ୍ପିଅନସିପରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ଦୀପିକା, ତାଙ୍କ ସାଥୀ ସୌରଭ ଘୋଷାଲ ଏବଂ ଦୀର୍ଘ ଦିନର ସାଥୀ ଜୋଶନା ଚାଇନାପ୍ପାଙ୍କ ସହ ମିଶି ବିଶ୍ୱ ଚାମ୍ପିଅନସିପରେ ମିକ୍ସଡ୍ ଡବଲ୍ସ ଏବଂ ମହିଳା ଡବଲ୍ସ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଦୀପିକା ଅକ୍ଟୋବର ୨୦୧୮ଠାରୁ ଏକ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ସେ ସୌରଭ ଘୋଷାଲଙ୍କ ସହ ପ୍ରଥମ ଥର ପାଇଁ ମିକ୍ସଡ୍ ଡବଲ୍ସ ଟାଇଟେଲ ଜିତିଛନ୍ତି। ଅନ୍ତିମ ମ୍ୟାଚରେ ଏହି ଭାରତୀୟ ଯୋଡି ଇଂଲଣ୍ଡ ଯୋଡି ଆଡ୍ରିଆନ ୱାଲର ଏବଂ ଆଲିସନ ୱାଟରଙ୍କୁ ୧୧-୬, ୧୧-୮ ରେ ପରାସ୍ତ କରିଛନ୍ତି।
ମିକ୍ସଡ୍ ଡବଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଦେଢ ଼ଘଣ୍ଟା ପରେ ମହିଳା ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଦୀପିକା ପାଲିକଲ। ସେ ତାଙ୍କ ସାଥୀ ଜୋଶନା ଚାଇନାପ୍ପାଙ୍କ ସହ ଇଂଲଣ୍ଡର ସାରା ଜେନ ପେରି ଏବଂ ୱାଟରକୁ ପରାସ୍ତ କରିଥିଲେ। ତେବେ ଏହି ମ୍ୟାଚରେ ଇଂଲଣ୍ଡ ଖେଳାଳିଙ୍କଠାରୁ ଏକ ଶକ୍ତିଶାଳୀ ଆହ୍ବାନ ଆସିଥିଲା। କିନ୍ତୁ ଭାରତୀୟ ଯୋଡି ନିଜର ବୁଦ୍ଧି ପ୍ରଦର୍ଶନ କରି ଫାଇନାଲ ମ୍ୟାଚ ୧୧-୯, ୪-୧୧, ୧୧-୮ରେ ଜିତିଥିଲେ।