Categories: ଖେଳ

ଯମଜ ସନ୍ତାନର ବାପା ହେଲେ ଏହି କ୍ରିକେଟର୍‌

ମୁମ୍ବାଇ: କ୍ରିକେଟର୍‌ ଦୀନେଶ କାର୍ତ୍ତିକ ଓ ସ୍କ୍ବାଶ୍‌ ଖେଳାଳୀ ଦୀପିକା ପାଲିକଲ ଗୁରୁବାର ଯମଜ ସନ୍ତାନର ବାପା ,ମା’ ହୋଇଛନ୍ତି। ସେ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି, ଆମେ ୩ରୁ ୫ ହୋଇଗଲୁ। ବିଭିନ୍ନ ମହଲରୁ ଏହି ଖେଳ ଯୋଡ଼ିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଦୁଇ ପୁତ୍ର ସନ୍ତାନଙ୍କ ନାମ କବୀର ପାଲିକଲ କାର୍ତ୍ତିକ ଓ ଜିଆନ ପାଲିକଲ କାର୍ତ୍ତିକ ରଖାଯାଇଛି।

ଦୀପିକା ପାଲିକଲ ଜଣେ ଭାରତୀୟ ପେଶାଦାର ସ୍କ୍ବାଶ୍‌ ଖେଳାଳୀ। ସେ ପ୍ରଥମ ଭାରତୀୟ ଭାବେ ପିଏସ୍‌ଏ ମହିଳା ମାନ୍ୟତାର ଶ୍ରେଷ୍ଠ ୧୦ରେ ପ୍ରବେଶ କରିଥିଲେ। ସେହିପରି ୨୦୧୧ରେ ଡବ୍ଲ୍ୟୁଆଇଏସ୍‌ପିଏ (ମହିଳା ଅନ୍ତର୍ଜାତୀୟ ସ୍କ୍ବାଶ୍‌ ପ୍ଲେୟାର ଆସୋସିଏଶନ୍‌)ର ଟାଇଟେଲ ଜିତିଥିଲେ।
ନିକଟରେ ଦିନେଶ କାର୍ତ୍ତିକ କେକେଆର୍‌ ପକ୍ଷରୁ ଆଇପିିଏଲ୍‌ ଖେଳିଥିଲେ।

Share