Posted inଜାତୀୟ

ମମତାଙ୍କ ଘର ଛାଡ଼ିଲେ ଦିନେଶ: ଧରିଲେ ପଦ୍ମ

ନୂଆଦିଲ୍ଲୀ,୬।୩: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ କୁହାଯାଉଥିବା ଦଳର ବରିଷ୍ଠ ନେତା ଦିନେଶ ତ୍ରିବେଦି ଶନିବାର ତୃଣମୂଳ ବାଡ଼ ଡେଇଁ ଭାଜପାରେ ଯୋଗଦେଇଛନ୍ତି। ଦିନେଶ ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପୀୟୁଷ ଗୋଏଲ୍‌ ଏବଂ ଧମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ଦିନେଶ ମମତାଙ୍କ ଘର ଛାଡ଼ିବା ପରେ ରାଜ୍ୟ ରାଜନୀତିରେ ନାନା କଳ୍ପନା ଜଳ୍ପନା ସୃଷ୍ଟି ହେବାରେ ଲାଗିଛି। ବିଧାନସଭା ପୂର୍ବରୁ ତୃଣମୂଳର ବରିଷ୍ଠ ତଥା ଅଭିଜ୍ଞ ସଦସ୍ୟଙ୍କୁ ଆଣି ନିଜର ଶକ୍ତି ବୃଦ୍ଧି କରିବା ପ୍ରକ୍ରିୟା ଜାରି ରଖିଛି। ଅପରପକ୍ଷରେ ତୃଣମୂଳର ସଙ୍କଟ ବଢ଼ିବାରେ ଲାଗିଛି। ସୂଚନାଯୋଗ୍ୟ, ଫେବୃୟାରୀ ୧୨ରେ ଦିନେଶ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସରେ ହାରି ଯାଇଥିବା ବାଜିକୁ କିଭଳି ପଲଟାଇଦେଲା ଭାଜପା?  ବ୍ୟାକ୍‌ଫୁଟ୍‌ରୁ ଏବେ…

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ପ୍ରଚଣ୍ଡ ବିଜୟ ସହ ଭାଜପା ଶିବିରରେ ଖୁସିର ଲହରୀ ଖେଳିଯାଇଛି। ଏନ୍‌ଡିଏ ମେଣ୍ଟ ୨୮୮ରୁ ୨୩୧ ଆସନରେ ବାଜିମାତ କରିଛି।...

ପ୍ରଧାନମନ୍ତ୍ରୀଙ୍କ ବଡ଼ ଆହ୍ବାନ: ଆସନ୍ତାବର୍ଷ ଲକ୍ଷେ ନୂଆ ଯୁବକଙ୍କୁ ରାଜନୀତିକୁ ଆଣିବା ପାଇଁ ରହିଛି ଲକ୍ଷ୍ୟ

ନୂଆଦିଲ୍ଲୀ,୨୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍‌ କି ବାତ୍‌’କାର୍ଯ୍ୟକ୍ରମର ୧୧୬ ତମ ଏପିସୋଡ୍‌ରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ସେ ପ୍ରଥମେ ଜାତୀୟ କ୍ୟାଡେଟ କର୍ପସ...

ଚର୍ଚ୍ଚାରେ ହେଲିକପ୍ଟର ମାଡାମ, ବାରିପଦା ଝିଅ ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ!

ରାଞ୍ଚି,୨୪।୧୧: ଝାଡ଼ଖଣ୍ଡର JMM ସରକାର ପୁଣି ବାଜିମାତ ପରେ ଏବେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ। କୁହାଯାଉଛି କଳ୍ପନା ସୋରେନଙ୍କ ଭିନ୍ନ...

ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥାପ୍ରକଟ କଲେ ଝାଡ଼ଖଣ୍ଡବାସୀ: ବିଜେଡି

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମ୍‌ଏମ୍‌ର ବିଜୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଞ୍ଚଳିକ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଉପରେ ନଜର

ମୁମ୍ବାଇ ,୨୪ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ମହାୟୁତି ମେଣ୍ଟ ବଡ଼ ବିଜୟ ହାସଲ କରିଥିବାବେଳେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତାହା ଉପରେ...

ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌+

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଜନାଦେଶ ଶାସକ ମେଣ୍ଟ ସପକ୍ଷରେ ଆସିଛି। ମହାରାଷ୍ଟ୍ର ମତଦାତା ‘ଲଡ୍‌କି ବହିନ’ ଭଳି ଯୋଜନାଗୁଡ଼ିକୁ ନେଇ ମହାୟୁତି ଉପରେ...

ପରାଜୟ ପରେ ଇଭିଏମ୍‌କୁ ଦୋଷଦେଲେ ବିରୋଧୀ

ନୂଆଦିଲ୍ଲୀ ,୨୩ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ବିଜୟୀ ହେବା ପରେ ବିରୋଧୀ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ଇଭିଏମ୍‌କୁ ଦୋଷ ଦେଇଛି। ଭାଜପାକୁ ଫାଇଦା...

ମହାରାଷ୍ଟ୍ରରେ ବିଜୟ ସବୁ ରେକର୍ଡ ଭାଙ୍ଗିଲା: ମୋଦି

ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି,...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri