ଚେକ୍ ରିପବ୍ଲିକର ରାଜଧାନୀ ପ୍ରାଗ ଚାଲର୍ସ ବ୍ରିଜ୍ରେ ଏକ ସୁନ୍ଦର ରାତ୍ରୀ ଭୋଜନର ଆୟୋଜନ ହୋଇଛି। ଏପରି ଉତ୍ସବ ମନାଇବାର କାରଣ ହେଉଛି ବର୍ତ୍ତମାନ ଏହି ସହରରେ ଜଣେ ହେଲେ କରୋନା ପଜିଟିଭ ନାହାନ୍ତି। ଏହି ଖୁସିକୁ ମନାଇବା ପାଇଁ ସହରର ପ୍ରସିଦ୍ଧ ଚାଲର୍ସ ବ୍ରିଜ୍ ଉପରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ। ଲୋକମାନେ ଚେୟାର, ଟେବୁଲ ରଖି ଏକ ବିଶେଷ ରାତ୍ରୀ ଭୋଜନ କରୁଥିବାର ଦେଖିବାକୁ ମିଳିଛି। ତେବେ ଏହି ଭୋଜନ ପାଇଁ ସେମାନେ ଘରୁ ଖାଦ୍ୟ ଏବଂ ପାନୀୟ ନେଇ ଚାଲର୍ସ ବ୍ରିଜରେ ଆନନ୍ଦ ମନାଇଥିଲେ। ଏହି ସମୟରେ ଲୋକମାନେ ପରସ୍ପରଠାରୁ ୫୦୦ ମିଟର ଦୂରରେ ବସିଥିଲେ। ଯାହା ଦ୍ୱାରା ପାର୍ଟି ସହିତ ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରାଯାଇଥିଲା। ଏପରି ଉତ୍ସବ ମନାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କରୋନା ଭାଇରସ୍ ଉକ୍ତ ସ୍ଥାନରୁ ସମ୍ପୂର୍ଣ୍ଣ ରୂପେ ଚାଲିଯାଇଥିବା ନେଇ ଲୋକଙ୍କୁ ବାର୍ତ୍ତା ଦେବା।
ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଲକ୍ଷ ଲୋକ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବେଳେ ୩୫୦ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ମହାମାରୀ ଯୋଗୁ ୟୁରୋପ ଦେଶରେ ୧ କୋଟି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଆଣ୍ଟି-ଭାଇରସ ପଦକ୍ଷେପ ଗ୍ରହଣ କରିଥିଲେ। ଯେଉଁ କାରଣରୁ କରୋନା ଭାଇରସ୍ ଦିନକୁ ଦିନ ହ୍ରାସ ପାଇଥିଲା।