ନିଲାମ ହେଲା ୭.୫ କୋଟି ବର୍ଷ ତଳର ଡାଇନୋସର କଙ୍କାଳ, ଦାମ୍‌ ରହିଛି…

ନ୍ୟୁୟର୍କ,୨୯ା୭: ନ୍ୟୁୟର୍କର ସୁଥ୍‌ବେ ନିଲାମ ହାଉସ୍‌ରେ ମିଳିଥିବା ୭୭ ମିଲିୟନ ବର୍ଷ ପୁରୁଣା ଡାଇନୋସର କଙ୍କାଳ ୬୧ ମିଲିୟନ ଡଲାରରେ ବିକ୍ରି ହୋଇଛି। ନିଲାମ ଗୃହର ବରିଷ୍ଠ ଉପସଭାପତି ଏ ବିଷୟରେ ସୂଚନା ଦେଇଛନ୍ତି। ଏହି ମାସ ଆରମ୍ଭରେ ନ୍ୟୁୟର୍କର ସୁଥ୍‌ବେ ନିଲାମ ହାଉସରେ ଗର୍ଗୋସାରସ ବଂଶରୁ ଏକ ଡାଇନୋସରର କଙ୍କାଳ ରଖାଯାଇଥିଲା। ଏହାକୁ ୨୮ ଜୁଲାଇରେ ନିଲାମ କରାଯାଇଛି।

ସବୁଠୁ ମହଙ୍ଗା ଡାଇନୋସରର ଏହି କଙ୍କାଳଟି ୨୨ ଫୁଟ (୬.୭ ମିଟର) ଲମ୍ବ ଏବଂ ୧୦ ଫୁଟ (୩ମିଟର) ଉଚ୍ଚ ଅଟେ। ଏହାର ବିକ୍ରି ମୂଲ୍ୟ ୫-୮ ମିଲିୟନ ମଧ୍ୟରେ ହୋଇପାରେ ବୋଲି ଆଶା କରାଯାଉଥିଲା। ମାତ୍ର ଏହାଠାରୁ ଅଧିକ ମୂଲ୍ୟରେ ନିଲାମ ହୋଇଛି।

Share