ରାଜ୍ୟରେ ବ୍ୟାପୁଛି ଡିପଥେରିଆ ସଂକ୍ରମଣ: ଆସନ୍ତାକାଲିଠୁ ମିଳିବ ବୁଷ୍ଟର ଡୋଜ, ଜାଣନ୍ତୁ କେଉଁମାନେ ନେଇପାରିବେ

ଭୁବନେଶ୍ୱର,୧୮।୬: କିଛି ଜିଲାରେ ଡିପଥେରିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯେହେତୁ ଏହା ଏକ ବାୟୁବାହିତ ରୋଗ, ତେଣୁ ଲୋକମାନେ ମାସ୍କ ପିନ୍ଧନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଜିଲାରୁ ୨୧ ରୋଗୀ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟପଟେ, ଡିପଥେରିଆ ମୁକାବିଲା ପାଇଁ ଆସନ୍ତାକାଲିଠୁ ଦିଆଯିବ ବୁଷ୍ଟର ଡୋଜ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧ ବର୍ଷ ଶିଶୁଙ୍କୁ ପେଣ୍ଟା ଡୋଜ ଓ ୫ରୁ ୧୫ ବର୍ଷଙ୍କୁ ଟିଡି ଡୋଜ ଦିଆଯିବ। ସର୍ଭେଲାନ୍ସ ଚାଲିଛି, ଲକ୍ଷଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଉଛି। ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ।

Share