ବମ୍ବେ: ଦୀର୍ଘଦିନର ବିରତି ପରେ ଫେରୁଛନ୍ତି ସୋସିଆଲ ମିଡ଼ିଆ ସେନ୍ସେଶନ ରାନୁ ମଣ୍ଡଳ। ସେ ଅଭିନେତ୍ରୀ ଦିପିକା ଚିଖଲିୟାଙ୍କ ଫିଲ୍ମ ‘ସରୋଜିନୀ’ର ସମସ୍ତ ଗୀତରେ କଣ୍ଠଦାନ କରିବେ। ଅଭିନେତ୍ରୀଜଣଙ୍କ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି।
ଚଳଚ୍ଚିତ୍ରଟି ସରୋଜିନୀ ନାଇଡ଼ୁଙ୍କ ବାୟୋପିକ୍। ଏଥିରେ ଦୀପିକା ପ୍ରମୁଖ ଭୂମିକାରେ ନଜର ଆସିବେ। ଧିରଜ ମିଶ୍ରା ଫିଲ୍ମର ଗୀତ ଲେଖିଛନ୍ତି। ସବୁଗୁଡ଼ିକୁ ରାନୁ ଗାଇବେ।
ତେବେ ଅଭିନେତ୍ରୀଙ୍କ ଟୁଇଟ୍ରେ ରାନୁଙ୍କ ଏକ ଭିଡିଓ ଦେଖିବାକୁ ମିଳୁଛି। ପ୍ରଶଂସକମାନେ ଦେଇ ଆସିଥିବା ଭଲପାଇବା ତାଙ୍କୁ ପୁଣି ମିଳିବ ବୋଲି ସେ ଆଶା ରଖିଥିବା କହିଛନ୍ତି।
କହିରଖୁଛୁ, ଏକଦା ରେଳ ଷ୍ଟେଶନରେ ଗୀତ ଗାଉଥିବା ଅବସ୍ଥାରେ ରାନୁଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ସେ ରାତାରାତି ଷ୍ଟାର ପାଲଟିଯାଇଥିଲେ। ଲୋକପ୍ରିୟତାକୁ ଦେଖି ହିମେଶ ରେଶମିୟା ତାଙ୍କୁ ଗାଇବାର ସୁଯୋଗ ଦେଇଥିଲେ।