ବିବାହର ୫ ବର୍ଷ ପରେ ମା’ହେଲେ ଦୀପିକା

ମୁମ୍ବାଇ: ଅଭିନେତ୍ରୀ ଦୀପିକା କକ୍କରଙ୍କ ଘରକୁ ଆସିଲା ନୂଆ ଅତିଥି। ଦୀପିକା -ଶୋଏବ ଇବ୍ରାହିମ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଦୀପିକା ଏକ ଶିଶୁ ପୂତ୍ରକୁ ଜନ୍ମ ଦେଇଛନ୍ତି। ତେବେ ତାଙ୍କର ପ୍ରିମେଚୋର ଡେଲିଭରୀ ହୋଇଛି, ଚିନ୍ତାର କୌଣସି କାରଣ ନାହିଁ ବୋଲି ନିଜେ ଦୀପିକା କହିଛନ୍ତି।

ଡାକ୍ତରମାନେ ଦୀପିକାଙ୍କୁ ଜୁଲାଇର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ଡେଲିଭରୀ ପାଇଁ ତାରିଖ ଦେଇଥିଲେ। ଦୀପିକା ତାଙ୍କ ବ୍ଲଗରେ ଏ ବିଷୟରେ ସୂଚନା ଦେଇଥିଲେ।

Share