ବିବାହର ୪ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଦୀପିକା!

ମୁମ୍ବାଇ: ଟେଲି ପରଦାର ସବୁଠାରୁ ପ୍ରିୟ ଦମ୍ପତି ଦୀପିକା କକ୍କର ଏବଂ ଶୋଏବ ଇବ୍ରାହିମ ତାଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ଦୁହିଁଙ୍କ କେମେଷ୍ଟ୍ରିକୁ ପ୍ରଶଂସକ ପସନ୍ଦ କରନ୍ତି। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଦୀପିକା ଏବଂ ଶୋଏବ ପ୍ରଥମ ଥର ପାଇଁ ମା’ବାପା ହେବାକୁ ଯାଉଛନ୍ତି। ବିବାହର ୪ ବର୍ଷ ପରେ, କୁନି ଅତିଥି ସେମାନଙ୍କ ଘରକୁ ଆସିବାକୁ ଯାଉଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚା ହେଉଛି। ହେଲେ ଏହାକୁ ନେଇ ଦମ୍ପତି ବର୍ତ୍ତମାନ ପର୍ଯ୍ୟନ୍ତ କିଛି କହିନାହାନ୍ତି।

Share