ଦୀପ୍ତେଶ ଜେଲ ଆଇଜି, ନରସିଂହଙ୍କୁ କେନ୍ଦ୍ରାଞ୍ଚଳ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ୪ଜଣ ଆଇପିଏସ୍‌ ଓ ୨ଜଣ ଓପିଏସ୍‌ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍‌ ଆଇଜି ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଜେଲ୍‌ ଆଇଜି ହିମାଂଶୁ ଲାଲ୍‌ଙ୍କୁ ଅବସ୍ଥାପିତ କରାଯାଇଛି। ଉତ୍ତରାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରୁଥିବା ନରସିଂହ ଭୋଳଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଓ କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ଡ. ଦୀପକ କୁମାରଙ୍କୁ ଉତ୍ତରାଞ୍ଚଳ ରେଞ୍ଜ ସମ୍ବଲପୁର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବଦଳି ହୋଇଥିବା ୨ ଓପିଏସ୍‌ ଅଫିସରଙ୍କ ମଧ୍ୟରେ ଡିସିପି ମୁଖ୍ୟାଳୟ ଭୁବନେଶ୍ୱରରେ କାର୍ଯ୍ୟରତ ଡିସିପି ରାଜ କିଶୋର ପାଇକରାୟଙ୍କୁ ଏସ୍‌ପି ଦେବଗଡ଼ ଓ ଅତିରିକ୍ତ ଡିସିପି ଡି.ପି. ତ୍ରିପାଠୀଙ୍କୁ ରାଜ୍ୟ ରିଜର୍ଭ ପୋଲିସ (ଏସ୍‌ଆରପି)ରେ ଅବସ୍ଥାପିତ କରାଯାଇଛି।

Share