ଦୀପ୍ତିପଦ୍ମା ବେସିକ୍‌ ସାଇନ୍ସ ଟପ୍ପର

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି) ପରିଚାଳିତ ବେସିକ୍‌ ସାଇନ୍ସ କଲେଜ +୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଯାଜପୁର ଜିଲା ବିଞ୍ଝାରପୁରର ଦୀପ୍ତିପଦ୍ମା ମଲ୍ଲିକ ୯୦.୧୬ ପ୍ରତିଶତ ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍‌ ହେବାର ଗୌରବ ଲାଭ କରିଛନ୍ତି। ସୂଚନା ମୁତାବକ ମୋଟ ୨୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୦୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ା ପ୍ରଥମ ଶ୍ରେଣୀରେ ୧୮୫ ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୨୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦୀପ୍ତିପଦ୍ମା ପ୍ରଥମ ସ୍ଥାନରେ ପ୍ରଥମ ହୋଇ ବେଷ୍ଟ ଗ୍ରାଜୁଏଟ୍‌ ହୋଇଛନ୍ତି ା ସୂଚନା ଯୋଗ୍ୟ ଯେ,ଦୀପ୍ତିପଦ୍ମା ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କର ଏକମାତ୍ର କନ୍ୟା ା

Share