୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ

କାମାକ୍ଷାନଗର, ୬।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପ୍ରମୁଖ କେନ୍ଦ୍ରସ୍ଥଳ କାମାକ୍ଷାନଗର ଏନ୍‌ଏସିର ଅଧ୍ୟକ୍ଷ ପଦବୀ ଲାଗି ଦୀର୍ଘ ୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଶେଷଥର ପାଇଁ ୧୯୯୨ରେ ଭୋଟର ସିଧାସଳଖ ଭୋଟଦେଇ ନଗରପାଳଙ୍କୁ ଚୟନ କରିଥିଲେ। ଚଳିତବର୍ଷ ଅନୁରୂପ ଭାବେ ଭୋଟିଂ ହେଉଥିବାରୁ ସହରୀ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।
୧୯୭୯ ଡିସେମ୍ବର ୨୬ରେ କାମାକ୍ଷାନଗରକୁ ମିଳିଥିଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା। ତେବେ ଦୀର୍ଘ ୧୩ବର୍ଷ ଧରି ପ୍ରଶାସକଙ୍କ ହାତରେ ରହିଥିଲା ଏନ୍‌ଏସି ପରିଚାଳନା ଦାୟିତ୍ୱ। ୧୯୯୨ରେ ପ୍ରଥମ କରି ଏଠାରେ ଅଧ୍ୟକ୍ଷ ପଦବୀ ଲାଗି ସିଧାସଳଖ ଭୋଟିଂ ହୋଇଥିବାବେଳେ ଜନତା ଦଳରୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ବ୍ରହ୍ମାନନ୍ଦ ମହାନ୍ତି। ତେବେ କାର୍ଯ୍ୟକାଳ ଶେଷ ହେବାର ୨ବର୍ଷ ପୂର୍ବରୁ ପରିଷଦକୁ ଭାଙ୍ଗି ଦିଆଯାଇଥିଲା। ୧୯୯୭ରେ ଅନୁଷ୍ଠିତ ପରୋକ୍ଷ ନିର୍ବାଚନରେ କଂଗ୍ରେସର ମନୋଜ ମଞ୍ଜରୀ ତ୍ରିପାଠୀ ଏବଂ ୨୦୦୩ରେ କଂଗ୍ରେସର ଗୋବିନ୍ଦ ଚନ୍ଦ୍ର ସାହୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୦୬ରେ ଗୋବିନ୍ଦଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ବିଜେଡିର ଯଶୋବନ୍ତ ପରିଡ଼ା ତାଙ୍କଠାରୁ ଅଧ୍ୟକ୍ଷ ପଦ ଛଡ଼ାଇ ନେଇଥିଲେ। ଏହାପରଠାରୁ ବିଜେଡି ଅଧୀନରେ ରହିଛି କାମାକ୍ଷାନଗର ଏନ୍‌ଏସି। ୨୦୦୮ରେ ବିଜେଡିର ସୌଭାଗିନୀ ରାଉଳ ଏବଂ ଶେଷଥର ପାଇଁ ୨୦୧୩ରେ ଅନୁଷ୍ଠିତ ନିର୍ବାଚନରେ ଧର୍ମାନନ୍ଦ ପରିଡ଼ା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ୧୫ ଓ୍ବାର୍ଡ ବିଶିଷ୍ଟ ଏନ୍‌ଏସିରେ ବିଜେଡି ଏକତରଫା ଭାବେ ୧୦ଟି ଓ୍ବାର୍ଡ ହାତେଇଥିଲା। କଂଗ୍ରେସ ମାତ୍ର ୪ଟି ସିଟ୍‌ରେ ସନ୍ତୁଷ୍ଟ ହୋଇଥିବାବେଳେ ଗୋଟିଏ ପଡ଼ିଥିଲା ସ୍ବାଧୀନ ପ୍ରାର୍ଥୀଙ୍କ ଭାଗ୍ୟରେ। ଏଥର ମୋଟ୍‌ ୧୩,୩୭୧ ଭୋଟର ନଗରପାଳଙ୍କ ସମେତ ୧୫ ଓ୍ବାର୍ଡର କାଉନ୍‌ସିଲରଙ୍କୁ ନିର୍ବାଚିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଛପଟୁ ଧକ୍କା ଦେଲା ବସ୍: ୩ ବାଇକ୍ ଆରୋହୀ ମୃତ

ଢେଙ୍କାନାଳ,୧୦।୧୨: ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜୀବନ ହରାଇଲେ ତିନି ବାଇକ୍ ଆରୋହୀ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ଖାଇରାମୁଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ-୫୩...

ଜମି ବିବାଦରୁ ଗଡିଲା ମୁଣ୍ଡ: ଆଳୁ କିଆରୀରେ ପୁଅ ଆଗରେ ବାପାକୁ ହତ୍ୟା

ଢେଙ୍କାନାଳ,୮।୧୨: ଢେଙ୍କାନାଳ ଜିଲାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଆଖି ଆଗରେ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜିଲା ସଦର ପୋଲିସ...

ତାଲା ଭାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରୁ ଦୁର୍ବୃତ୍ତ ଲୁଟିନେଲେ ଏଲ୍‌ଇଡି ଟିଭି, ପ୍ରିଣ୍ଟର

ଭୁବନ,୫ା୧୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶ ଗ୍ରାମରେ ଥିବା ପ୍ରାଥମିକ ସାସ୍ଥ୍ୟକେନ୍ଦ୍ରରୁ ବୁଧବାର ବିଳମ୍ବିତ ରାତିରେ ଏଲ୍‌ଇଡି ଟିଭି ଓ ପ୍ରିଣ୍ଟର...

ଖୁବଶୀଘ୍ର ଗଞ୍ଜାମ ଏବଂ ଢେଙ୍କାନାଳରେ ଖୋଲିବ ଆୟୁଷ ହସପିଟାଲ

ଭୁବନେଶ୍ୱର,୪।୧୨: ଓଡିଶାର ଗଞ୍ଜାମ ଏବଂ ଢେଙ୍କାନାଳ ଜିଲାରେ ଖୁବ ଶୀଘ୍ର ଆୟୁଷ ଡାକ୍ତରଖାନା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଘୋଷଣା...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗାତ ଖୋଳି ପୋତୁଥିଲେ ସ୍ବାମୀ, ଆଉ ତା’ ପରେ…

କାମାକ୍ଷାନଗର,୧ା୧୨: ଢେଙ୍କାନାଳ ଜିଲା ମହାବୀରୋଡ୍‌ ଥାନା ଅନ୍ତର୍ଗତ ମଝିକା ଗାଁରେ ରବିବାର ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି...

ପିଲାଙ୍କୁ ସ୍କୁଲ ନେଉଥିବା ବସ୍‌କୁ ଧକ୍କା ଦେଲା ଟ୍ରେଲର : ୧୦ର ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ଢେଙ୍କାନାଳ,୨।୧୨: ଢେଙ୍କାନାଳ ଏକ ଘରୋଇ ସ୍କୁଲ ବସ୍‌ ସକାଳୁ ପିଲାଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ସ୍କୁଲ ବସ୍‌କୁ ଧକ୍କା ଦେଇ ଟ୍ରେଲର...

ଶୌଚ ପାଇଁ ଯାଇଥିଲେ ଯୁବକ, ଦଳିଦେଲା ହାତୀ

ହିନ୍ଦୋଳ,୨୮।୧୧: ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ତ ଅନ୍ତର୍ଗତ କଡଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଭୋର ସମୟରେ ଗ୍ରାମର ଗାୟତ୍ରୀ ମଣ୍ତପ ନିକଟସ୍ଥ...

ଉପଜିଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କାମାକ୍ଷାନଗର,୧୮ା୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳଙ୍କ ଘରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପଜିଲାପାଳ ନାରାୟଣ ଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri