Categories: ଜାତୀୟ

ଜାନୁୟାରୀ ୧୫ରୁ ମୁମ୍ବାଇରୁ ଅଯୋଧ୍ୟା ଯାଏ ସିଧାସଳଖ ବିମାନଉଡ଼ାଣ

ଅଯୋଧ୍ୟା,୨୬।୧୨: ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣପ୍ରତିଷ୍ଠା ଦିନ ପାଖେଇ ଆସୁଛି। ଏହାପୂର୍ବରୁ ସାଧାରଣଲୋକଙ୍କ ଲାଗି ବିମାନସେବା ଆରମ୍ଭ କରାଯାଇଛି। ଅଯୋଧ୍ୟା-ଅହମ୍ମଦାବାଦ ମଧ୍ୟରେ ସିଧାସଳଖ ବିମାନ ଉଡାଣ ପରେ ଏବେ ଇଣ୍ଡିଗୋ ପକ୍ଷରୁ ଜାନୁୟାରୀ ୧୫ରୁ ଅଯୋଧ୍ୟା-ମୁମ୍ବାଇ ମଧ୍ୟରେ ବିମାନ ଯାତାୟତ ନେଇ ଘୋଷଣା କରାଯାଇଛି। ତେବେ ଡିସେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅନ୍ତର୍ଜାତୀୟ ବିମାନବନ୍ଦରର ଶୁଭାରମ୍ଭ କରିବେ।

Share