Categories: ଖେଳ

ଭାରତ ସମେତ ୮ଦେଶକୁ ସିଧାସଳଖ ଯୋଗ୍ୟତା

ଦୁବାଇ, ୧।୩ (ପି.ଟି.): ଭାରତ ସମେତ ୮ଟି ଦେଶ ବାଂଲାଦେଶରେ ହେବାକୁଥିବା ୨୦୨୪ ସଂସ୍କରଣ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଆପେ ଯୋଗ୍ୟତା ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ନିକଟରେ ଶେଷ ହୋଇଥିବା ଏହି ଟୁର୍ନାମେଣ୍ଟରେ ଭାରତ ନିଜ ଗ୍ରୁପ୍‌ରେ ଶ୍ରେଷ୍ଠ ୩ ମଧ୍ୟରେ ରହିଥିଲା। ବିଶ୍ୱକପ୍‌ର ଦୁଇଟି ଗ୍ରୁପ୍‌ର ଶ୍ରେଷ୍ଠ ୩ ଦଳ ଆପେ ଯୋଗ୍ୟତା ଅର୍ଜନ କରିଛନ୍ତି। ଶ୍ରେଷ୍ଠ ୬ଟି ଦଳ ମଧ୍ୟରେ ନ ଥିଲେ ମଧ୍ୟ ଆୟୋଜକ ଦେଶ ହିସାବରେ ବାଂଲାଦେଶ ଓ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିଛନ୍ତି। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଗ୍ରୁପ-୧ରୁ ଏବଂ ଇଂଲଣ୍ଡ, ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଗ୍ରୁପ୍‌-୨ରୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ନିକଟରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରୁ କେବଳ ଶ୍ରୀଲଙ୍କା ଓ ଆୟର୍ଲାଣ୍ଡ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ଶ୍ରୀଲଙ୍କା ବର୍ତ୍ତମାନ ର଼୍ୟାଙ୍କିଙ୍ଗ ତାଲିକାର ୮ମ ସ୍ଥାନରେ ରହିଥିବା ବେଳେ ଆୟର୍ଲାଣ୍ଡ ୧୦ମରେ ରହିଛି। ୨୦୨୪ ପ୍ରଥମ ଭାଗରେ ଏକ ଗ୍ଲୋବାଲ କ୍ୱାଲିଫାୟର୍ସ ଅନୁଷ୍ଠିତ ହେବ। ଏଥିରୁ ଶ୍ରେଷ୍ଠ ଦୁଇ ଦଳ ଅବଶିଷ୍ଟ ଦୁଇ ସ୍ଥାନ ପୂରଣ କରିବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ସୂଚନା ଦିଆଯାଇଛି।

Share