ନୂଆଦିଲ୍ଲୀ,୧୨।୧୧: ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ମଧ୍ୟରେ (୨୦୨୨-୨୩ ନଭେମ୍ବର ୧୦ ପର୍ଯ୍ୟନ୍ତ) ଦେଶର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପ୍ରାୟ ୩୧% (୩୦.୬୯%) ବୃଦ୍ଧି ପାଇଛି। ଏପରିକି ଏହି ସମୟ ମଧ୍ୟରେ ଟିକସ ସଂଗ୍ରହ ୧୦.୫୪ ଟ୍ରିଲିୟନ ଟଙ୍କାରେ ପହଞ୍ଚତ୍ଛି ବୋଲି ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ପ୍ରତ୍ୟକ୍ଷ ଟିକସ ସଂଗ୍ରହ ସହ ଏଥିରେ ନେଟ୍ ୮.୭୧ ଟ୍ରିଲିୟନ୍ ଟଙ୍କାରେ ପହଞ୍ଚତ୍ଛି, ଯାହାକି ନେଟ୍ ସଂଗ୍ରହ ବର୍ଷକୁ ବର୍ଷ ମଧ୍ୟରେ ୨୬% (୨୫.୭୧%) ରହିଛି। ତେବେ କେନ୍ଦ୍ର ସରକାରଙ୍କ କହିବାନୁସାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସର ମୋଟ ବଜେଟ୍ ଅନୁମାନର ଏହି ସଂଗ୍ରହ ପ୍ରାୟ ୬୧% (୬୧.୩୧%) ରହିଛି। ଉଲ୍ଲେଖଯୋଗ୍ୟ, କର୍ପୋରେଟ ଇନ୍କମ୍ ଟ୍ୟାକ୍ସ (ସିଆଇଟି) ଦ୍ୱାରା ମୋଟ ରାଜସ୍ବ ସଂଗ୍ରହ ୨୨.୦୩% ରେ ପହଞ୍ଚତ୍ଥିବାବେଳେ ଏସ୍ଟିଟି ସମେତ ବ୍ୟକ୍ତିଗତ ଆୟକର (ପିଆଇଟି) ପାଇଁ ୪୦.୬୪%କୁ ବୃଦ୍ଧି ପାଇଛି। ତେବେ ଜମା ଦାଖଲର ସଂଶୋଧନ ପରେ କର୍ପୋରେଟ ଇନ୍କମ୍ ଟ୍ୟାକ୍ସରେ ନେଟ୍ ଅଭିବୃଦ୍ଧି ୨୪.୫୧% ଏବଂ ବ୍ୟକ୍ତିଗତ ଆୟ ସଂଗ୍ରହରେ ୨୮.୦୬% କୁ ବୃଦ୍ଧି ହୋଇଛି। ଅପରପକ୍ଷରେ ୧.୮୩ ଟ୍ରିଲିୟନ୍ ଟଙ୍କା ପରିମାଣର ଜମା ଦାଖଲ ୨୦୨୨ ଏପ୍ରିଲ ୧ ରୁ ନଭେମ୍ବର ୧୦ ମଧ୍ୟରେ ଜାରି କରାଯାଇଛି, ଯାହା ପୂର୍ବ ବର୍ଷର ସମାନ ଅବଧିରେ ଦିଆଯାଇଥିବା ଆୟକରଠାରୁ ୬୧.୦୭% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।