Categories: ବାଣିଜ୍ୟ

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୫.୬୦ ଟ୍ରିଲିୟନ

ଭୁବନେଶ୍ୱର,୧୨।୨: କ୍ରମାଗତ ଭାବେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ନେଟ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ)ରେ ବୃଦ୍ଧି ଘଟିଛି। ଏପରିକି ଚଳିତ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବାର୍ଷିକ ଭିତ୍ତିରେ (ବର୍ଷକୁ ବର୍ଷ) ୨୦% ବୃଦ୍ଧି ଘଟି ୧୫.୬୦ ଟ୍ରିଲିୟନ ଟଙ୍କା ହୋଇଛି ବୋଲି ରବିବାର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ଏପରିକି ଉକ୍ତ ପରିମାଣ ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ବଜେଟ ଆକଳନର ୮୦% ବୋଲି ସିବିଡିଟି ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ପ୍ରତ୍ୟକ୍ଷ ଟିକସ ସଂଗ୍ରହର ଅସ୍ଥାୟୀ ଆକଳନ ସ୍ଥିର ଅଭିବୃଦ୍ଧି ପଞ୍ଜୀକରଣ ଜାରି ରହିଥିଲାବେଳେ ୨୦୨୪ ଫେବୃଆରୀ ୧୦ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ମୋଟ ୧୮.୩୮ ଟ୍ରିଲିୟନ ଟଙ୍କା ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ଆଦାୟ ହୋଇଥିବା ମୋଟ ସଂଗ୍ରହଠାରୁ ଚଳିତ ଆର୍ଥିକ ବର୍ଷର ଆଦାୟ ପରମାଣ ୧୭.୩୦% ଅଧିକ ରହିଛି।

ସେହିପରି ୨୦୨୪ ଫେବୃଆରୀ ୧୦ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ମୋଟ ୧୫.୬୦ ଟ୍ରିଲିୟନ ଟଙ୍କା ରହିଥିଲାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ମୋଟ ୨୦.୨୫% ଅଧିକ ସିବିଡିଟି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସର ସମୁଦାୟ ସଂଶୋଧିତ ଆକଳନଗୁଡିକର ୮୦.୨୩% ହୋଇଥିଲାବେଳେ ୨୦୨୩ ଏପ୍ରିଲ ୧ରୁ ୨୦୨୪ ଫେବୃଆରୀ ୧୦ ମଧ୍ୟରେ ୨.୭୭ ଟ୍ରିଲିୟନ ଟଙ୍କା ଫେରସ୍ତ ପ୍ରଦାନ କରାଯାଇଛି।

Share