ତଦନ୍ତ ସ୍ଥିତି ଜଣାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୯ା୮:ହାତୀମୃତ୍ୟୁ ସଂକ୍ରାନ୍ତୀୟ ମାମଲାର ବିଚାର ନ ଆଗେଇବା, ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଶିଥିଳତା, ହାତୀ ଶିକାରୀ ଧରା ନ ପଡ଼ିବା ଆଦି ପ୍ରସଙ୍ଗରେ ସନ୍ତୋଷଜନକ ଉତ୍ତର ହାଇକୋର୍ଟଙ୍କୁ ମିଳିପାରିନାହିଁ। ଏନେଇ ବନ ବିଭାଗର କାର୍ଯ୍ୟରେ ହାଇକୋର୍ଟ ସୋମବାର ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୁଖ୍ୟ ବନ ସଂରକ୍ଷକ ଶଶୀ ପାଲ ଭର୍ଚୁଆଲ ଜରିଆରେ ଅଦାଲତଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ ବି ହାଇକୋର୍ଟ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି। ଏହି ମାମଲାକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିବା ଜଣାଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଅଗଷ୍ଟ ୧୭କୁ ରହିଥିବା ବେଳେ ଉକ୍ତ ଦିନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ମାମଲାଗୁଡ଼ିକର ତଦନ୍ତ ସ୍ଥିତି ଜଣାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ଗୀତା ରାଉତଙ୍କ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଏହି ମାମଲାର ବିଚାର ପରିପ୍ରେକ୍ଷୀରେ ଗତ ୫ବର୍ଷ ମଧ୍ୟରେ ବେଆଇନ ହାତୀ ଶିକାର ଓ ମୃତ୍ୟୁ ସଂକ୍ରାନ୍ତୀୟ ୧୭ ପୃଷ୍ଠା ସମ୍ବଳିତ ସତ୍ୟପାଠ ମୁଖ୍ୟ ବନ ସଂରକ୍ଷକ ପାଲ ଶନିବାର ହାଇକୋର୍ଟରେ ଦାଖଲ କରିଥିଲେ। ତେବେ ସୋମବାର ଏହି ମାମଲାର ଶୁଣାଣି ବେଳେ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ସତ୍ୟପାଠର ପ୍ରତି ପୃଷ୍ଠାକୁ ତନ୍ନତନ୍ନ କରି ପରଖିଥିଲେ। ବନ ବିଭାଗ ପକ୍ଷରୁ ରୁଜୁ ହୋଇଥିବା ୧୪ଟି ମାମଲା ମଧ୍ୟରୁ ମାତ୍ର ଗୋଟିଏ ମାମଲାର ବିଚାର ହୋଇଥିବାବେଳେ ଅନ୍ୟଗୁଡ଼ିକ ପଡ଼ିରହିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ମାମଲାଗୁଡ଼ିକର ଅଗ୍ରଗତି କାହିଁକି ହୋଇପାରିନାହିଁ ବୋଲି ମୁଖ୍ୟ ବନ ସଂରକ୍ଷକଙ୍କୁ ତାଗିଦା କରିଥିଲେ। ଏଥିସହ ଗୁଳିଗୋଳା ଜବତ ହେଉଥିଲେ ବି ମାରଣାସ୍ତ୍ର ସମ୍ବନ୍ଧୀୟ ଦଫା କୌଣସି ମାମଲାରେ କାହିଁକି ଲାଗୁ କରାଯାଇନାହିଁ ବୋଲି ପଚାରିଥିଲେ। ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଦର୍ଶାଇବାକୁ ମଧ୍ୟ କହିଥିଲେ। ତେବେ ମାମଲାଗୁଡ଼ିକର ତଦନ୍ତ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଅଧୀନରେ ରହୁଥିବାରୁ ବନ ବିଭାଗର କିଛି କର୍ତ୍ତୃତ୍ୱ ରହୁନାହିଁ। ଏଥିସହ କ୍ରାଇମବ୍ରାଞ୍ଚ ନିକଟରେ ବନ ବିଭାଗର ମାମଲା ବ୍ୟତୀତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ରହିବା ଏବଂ କମ୍‌ ସଂଖ୍ୟକ ଅଧିକାରୀ ଥିବା କାରଣରୁ ହାତୀମୃତ୍ୟୁ ସଂକ୍ରାନ୍ତ ମାମଲାଗୁଡ଼ିକ ବିଳମ୍ବିତ ହେଉଥିବା ମୁଖ୍ୟ ବନ ସଂରକ୍ଷକ ହାଇକୋର୍ଟଙ୍କୁ ଦର୍ଶାଇଥିଲେ। ଫଳରେ ହାଇକୋର୍ଟ ପୋଲିସ ଡିଜି ମାମଲାଗୁଡ଼ିକର ତଦନ୍ତ ସ୍ଥିତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଡ୍‌ଭୋକେଟ୍‌ ଜେନେରାଲ ଶୁଣାଣିରେ ଉପସ୍ଥିତ ରହି ସହଯୋଗ କରିବାକୁ ଅଦାଲତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ

ବଣାଇଁ, ୫।୧୦(ପ୍ରଦୀପ ତ୍ରିପାଠୀ): ଦୁଇ ମାସ ତଳେ ରେଳ ଇଞ୍ଜିନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗତ ୨ ତାରିଖ ରାତିରେ ରେଲୱେ ପୋଲିସ...

ହେମଗିରରେ ପୁଣି ଠାବ ହେଲା କଳାବାଘ

ସୁନ୍ଦରଗଡ,୫।୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ବନଖଣ୍ଡର ହେମଗିର ବନାଞ୍ଚଳ ଅଧୀନ ଦାଘୋରା ଜଙ୍ଗଲର ଗର୍ଜନ ପାହାଡରେ ପୁଣି ବ୍ଲାକ୍‌ ପାନ୍ଥର ବା କଳାବାଘ ଠାବ ହୋଇଛି।...

ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଛାତ୍ର ଜନତା ଦଳର କେନ୍ଦୁଝର ଜିଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଶନିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri