୨୪ ବର୍ଷ ପରେ ‘ରାଜା ହିନ୍ଦୁସ୍ତାନୀ’ ନିର୍ଦ୍ଦେଶକଙ୍କ ଖୁଲାସା: ଛୋଟ କରାଯାଇଥିଲା ଆମିର-କରିସ୍ମାଙ୍କ ଚୁମ୍ବନ ଦୃଶ୍ୟ

ବମ୍ବେ: ନିକଟରେ ଆମିର ଖାନ୍‌ଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୁରିଛି ଚବିଶ ବର୍ଷ। ୧୯୯୬ ମସିହା ନଭେମ୍ବର ୬ ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ। ସେତେବେଳେ ଏହା ବକ୍ସ ଅଫିସରେ ହିଟ୍‌ ହେବା ସହ ଏକାଧିକ ରେକର୍ଡ କରିଥିଲା। ବିଶେଷକରି ଆମିର ଏବଂ ନାୟିକା କରିଶ୍ମାଙ୍କ ମଧ୍ୟର ଚୁମ୍ବନ ଦୃଶ୍ୟ ଚର୍ଚ୍ଚାରେ ରହିଥିଲା। ଫିଲ୍ମ ସହ ଜଡ଼ିତ କିଛି ଘଟଣାବଳୀ ଉପରୁ ନିର୍ଦ୍ଦେଶକ ଧର୍ମେଶ ପରଦା ଉଠାଇଛନ୍ତି।

ଏକ ସାକ୍ଷାତକାରରେ ଧର୍ମେଶ କହିଛନ୍ତି, ରାଜା ହିନ୍ଦୁସ୍ତାନୀରେ ଥିବା କିସିଂ ସିନ୍‌ଟି ଏଯାବତ ଫିଲ୍ମରେ ଦେଖାଯାଇଥିବା ଚୁମ୍ବନ ଦୃଶ୍ୟଠାରୁ ଯଥେଷ୍ଟ ଲମ୍ବା। ପ୍ରଯୋଜକଙ୍କ ମତାମତ ପରେ ଏହି ଦୃଶ୍ୟକୁ ଶୁଟିଂ କରାଯାଇଥିଲେ ହେଁ ସେନ୍‌ସର ବୋର୍ଡ ଏହି ସିନ୍‌କୁ କାଟିପାରେ ବୋଲି ନିର୍ମାତା ଭାବୁଥିଲେ। ହେଲେ ବୋର୍ଡ ଏହାକୁ ‘ୟୁ’ ସର୍ଟିଫିକେଟ୍‌ ସହ ପାସ୍‌ କରିଥିଲା। ଚୁମ୍ବନ ସମୟ ଲମ୍ବା ଥିଲେ ହେଁ ଏହାକୁ କାଟି ଛୋଟ କରିଦିଆଯାଇଥିଲା। ଗୋଟିଏ ଥରରେ ଏହା ଶୁଟିଂ ହୋଥିଲା।

ପ୍ରଥମେ ଫିଲ୍ମଟି ଐଶ୍ୱର୍ଯ୍ୟାଙ୍କୁ ଅଫର ହୋଇଥିଲା। ହେଲେ ସେ ଏହାକୁ କରିବାକୁ ମନା କରିଦେଇଥିଲେ। ପରେ କରିସ୍ମା ଏହାକୁ କରିବାକୁ ହାମି ଭରିଥିଲେ। ଫିଲ୍ମପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା।

Share