ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ, ଆଇନଶୃଙ୍ଖଳା ନେଇ କଲେ ସମୀକ୍ଷା

ବୌଦ୍ଧ,୧୮ା୧୦(ଅଜିତ କୁମାର ବାରିକ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି ଖୁରାନିଆ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ଜିଲାରେ ମାଓବାଦୀ ଗତିବିଧି ଓ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଥିବା ଜଣାପଡ଼ିଛି। ଖୁରାନିଆ ଗୁରୁବାର ଅପରାହ୍ନରେ ବୌଦ୍ଧ ଜିଲାକୁ ଆସି ପ୍ରଥମେ ଜିଲାର ମାଓବାଦୀ ଅଧ୍ୟୁଷିତ ଅଳ କାମା ବ୍ଲକର ଘାପଡ଼ା ଥାନାକୁ ଯାଇ ସମୀକ୍ଷା କରିଫେରିଥିଲେ। ଶୁକ୍ରବାର ସକାଳେ ଖୁରାନିଆ ରିଜର୍ଭ କାର୍ଯ୍ୟାଳୟକୁ ଯାଇ ତଦାରଖ କରିବା ସହ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଜିଲା ପୋଲିସ ଅଧିକାରୀ, ଏସ୍‌ଓଜି ଅଧିକାରୀମାନଙ୍କୁ ଏକ ଏକ ସମୀକ୍ଷା ବୈଠକ କରିଥିଲେ।

ଜିଲାରେ ମାଓବାଦୀ ଆଳରେ ଥିବା ଥାନାଗୁଡ଼ିକ ଯାଇ ତଦାରଖ କରିବା ସହ ବିଏସ୍‌ଏଫ୍‌ କ୍ୟାମ୍ପ୍‌କୁ ଯାଇ ସମୀକ୍ଷା କରିବା ପରେ ଶୁକ୍ରବାର ଜିଲା ପୋଲିସ କାର୍ଯ୍ୟାଳୟମଠାରେ ମାଓବାଦୀ ଅପରେଶନ ନେଇଥିବା ଅସୁବିଧା ନେଇ ଆଲୋଚନା କରିଥିବା ଗଣମାଧ୍ୟମକୁ କହିବା ସହ ଜିଲାରେ ଗଞ୍ଜେଇ ଚାଷକୁ ରୋକିବା ନେଇ ଜିଲାପାଳଙ୍କ ସହ ଓ ଡିଏଫ୍‌ଓଙ୍କ ସହ ଆଲୋଚନା କରିଛି। ଅଧିକରୁ ଅଧିକ ଗଞ୍ଜେଇ ଚାଷ ଅଳକକୁ ଚିହ୍ନଟ କରାଯାଇ ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ପୋଲିସ ମହାନିଦ୍ଦେର୍ଶକଙ୍କ ଗସ୍ତ ସମୟରେ ଆଇଜି ଅପରେଶନ ଜୟନାରାୟଣ ପଙ୍କଜ, ଡିଆଇଜି ଏସ୍‌ଆଇଡବ୍ଲ୍ୟୁ କନୁଆଲ ବିଶାଲ ସିଂ, ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଓ ବୌଦ୍ଧ ଏସ୍‌ପି ନାଗରାଜ ଦେଓରକୋଣ୍ଡା ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ଜିଲାର ସମସ୍ତ ଥାନା ଅଧିକାରୀ ଓ ଉଚ୍ଚପଦସ୍ଥ ଅଧିକାରୀ ସାମିଲ ଥିଲେ।

Share