ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କରୋନାର ନୂଆ ସଂକ୍ରମଣ ଏବେ ଚିନ୍ତା ବଢାଉଛି। ତେବେ ରାଜ୍ୟରେ କୋଭିଡ ମୁକାବିଲା ନେଇ ପ୍ରସ୍ତୁତି ଚାଲିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ସ୍ଥିତି ଉପରେ ନଜର ରଖିବାକୁ ମଙ୍ଗଳବାର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଲୋକମାନଙ୍କୁ ମାସ୍କ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ଏହା ଓମିକ୍ରନ ସବ୍ ଭାରିଆଣ୍ଟ,୩ୟ ଲହର ବହୁତ କମ୍ ଦିନ ଥିଲା। ଭୟଭୀତ ନ ହୋଇ ସତର୍କ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।