ଛତ୍ରପୁର,୨୦ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁର ସହରରେ ଘରଗୁଡ଼ିକୁ ପାଇପ୍ ଯୋଗେ ଯୋଗାଣ ହେଉଥିବା ପାନୀୟ ଜଳ ଗୋଳିଆ ଆସୁଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ଲୋକମାନଙ୍କ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଗତ ୧୫ ଦିନ ହେଲା ଗୋଳି ପାଣି ଆସୁଥିବା ବେଳେ ମଙ୍ଗଳବାର ଡ୍ରେନ୍ ପାଣି ଭଳି ପାଣି ପାଇପ୍ ଯୋଗେ ଆସିଛି। ଉକ୍ତ ଦୁର୍ଗନ୍ଧ ଓ ଗୋଳିଆ ପାଣି ନେଇ ଲୋକେ ବାହାରକୁ ଆସି ଏହାର ପ୍ରତିବାଦ କରିଛନ୍ତି। ଛତ୍ରପୁର ଏନ୍ଏସି ଅଧୀନ ୧୦, ୧୧ ଓ ୧୩ ନମ୍ବର ଓ୍ବାର୍ଡରେ ଏହା ଦେଖିବାକୁ ମିଳିଛି। ଏସମ୍ପର୍କରେ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି। ଟ୍ୟାପ୍ ଯୋଗେ ଗୋଳିଆ ପାଣି ଆସୁଥିବାରୁ ପାନୀୟ ଜଳ ତ ଦୂରର କଥା ଗାଧୋଇବା ପାଇଁ ମଧ୍ୟ ବ୍ୟବହାର ହୋଇପାରୁନି। କୂଅ ପାଣି ଶୁଖିଗଲାଣି। ପୋଖରୀ କାମ ହେଉଥିବାରୁ ସେଠାରୁ ମଧ୍ୟ ପାଣି ଅଣାଯାଉନି। ବହୁ ଦୂର ଯାଇ ପାଣି ଆଣିବାକୁ ପଡୁଛି। ଏପରିକି ପାନୀୟ ପାଇଁ ପାଣି କିଣିବାକୁ ପଡୁଛି ବୋଲି ସାହି ବାସିନ୍ଦା କହିଛନ୍ତି। କେଉଁଠି ପାଇପ୍ ଫାଟିଛି ଏବଂ ସେଥିରେ ଡ୍ରେନ୍ ପାଣି ମିଶୁଥିବାରୁ ଏପରି ହେଉଥିବା ଅନୁମାନ କରାଯାଇଛି।
Posted inଆମ ଜିଲା ଖବର, ଗଞ୍ଜାମ View All

ଭକ୍ତିମୟ ପରିବେଶରେ ମେଳଣ ପଡ଼ିଆ, ବିମାନରେ ବସିଲେ ଦୋଳଗୋବିନ୍ଦ
ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଶୁକ୍ରବାର ରାଧା କୃଷ୍ଣଙ୍କ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ସମ୍ପନ୍ନ ହୋଇଛି। ଏହି ବ୍ଲକ...
ଖୁଣ୍ଟରେ ପିଟିହେଲା କାର୍: ଚାଲିଗଲା ଦମ୍ପତିଙ୍କ ଜୀବନ
ବାଲୁଗାଁ,୧୪।୩: ଦୋଳ ପୂର୍ଣ୍ଣିମା ଅବସରରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଖୋର୍ଦ୍ଧା ଜିଲା ନୂଆଗଡ଼ରୁ ଆସିଛି ଏକ ଦୁଃଖଦ ଘଟଣା। ୧୬...

ପୋଲିସ ଘରେ କଳାକନା ବୁଲାଇଲେ ଚୋର, ଲୁଟିନେଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା
ପାରଳାଖେମୁଣ୍ଡି,୧୪ା୩(ଗିରିଧାରୀ ପରିଚ୍ଛା): ଲୋକଙ୍କ ଭିତରେ ଏବେ କୋକୁଆ ଭୟ। ସହରରେ ଚୋରି ଘଟଣାରେ ରୋକ୍ ଲଗାଇ ପାରୁନି ପୋଲିସ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାଖାପାଖି...

ପାରଦ ଉପରମୁହାଁ: ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର,୧୪।୩: ରାଜ୍ୟରେ ଗତ କିଛିଦିନ ହେଲା ତାପମାତ୍ରା ବଢ଼ି ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବୁଧବାର, ଗୁରୁବାର ଭଳି ଶୁକ୍ରବାର...

ଜଙ୍ଗଲରେ ଚରୁଥିବା ବେଳେ ହଠାତ୍ ଟଳିପଡ଼ିଲେ ୧୫ ଛେଳି, ମାଲିକ ଅଚେତ
ଢେଙ୍କାନାଳ,୧୪ା୩(ରତନ ନାୟାର): ଢେଙ୍କାନାଳ ସଦର ଥାନା ସୋଗରପଷି ପଞ୍ଚାୟତ ଆରଦା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଙ୍ଗଲରେ ଚରୁଥିବା ଅବସ୍ଥାରେ ୧୫ରୁ ଊର୍ଦ୍ଧ୍ୱ ଛେଳିଙ୍କ...

ଶିଶୁକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ନାବାଳକ
ରାୟଗଡ଼ା,୧୪ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନିକଟସ୍ଥ ଝୁଲା ପୋଲ ବୁଲିବାକୁ ଆସିଥିବା ଜଣେ ୧୭ ବର୍ଷୀୟ ନାବାଳକ ନାଗାବଳୀ ନଦୀରେ ବୁଡ଼ଯାଇଛନ୍ତି। ମୃତକ ଜଣକ...

ଭୁବନେଶ୍ୱରରେ ଖୁବ୍ଶୀଘ୍ର ଆରମ୍ଭ ହେବ ରେଡିଓ ଷ୍ଟେଶନ
ଭୁବନେଶ୍ୱର,୧୪ା୩: ଭୁବନେଶ୍ୱରରେ ଖୁବ୍ଶୀଘ୍ର ଆରମ୍ଭ ହେବ ନୂଆ କମ୍ୟୁନିଟି ରେଡିଓ ଷ୍ଟେଶନ ‘ରେଡିଓ ଭୁବନେଶ୍ୱର ୮୯.୨ ଏଫ୍ଏମ୍- ଦ ଟେମ୍ପଲ ସିଟି ରେଡିଓ’। ଏଫ୍ଏମ୍ ବ୍ୟାଣ୍ଡ୍ର...
ହାତୀ ପାଇଁ ରାତି ଉଜାଗର
ସମ୍ବଲପୁର,୧୪।୩: ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ରହିଥିବା ବେଳେ ସମ୍ବଲପୁର ବନାଞ୍ଚଳ ଅଧୀନ ସୁନାତେନପାଲି ଗାଁରେ ଭୟର ବାତାବରଣ ଖେଳି ଯାଇଛି।...