ଫଟା ପାଇପ୍‌ରେ ମିଶୁଛି ଅପରିଷ୍କାର ପାଣି

ରାଉରକେଲା,୨୪।୧୨(ଦିନେଶ ମିଶ୍ର): ରାଉରକେଲା ସହରରେ ଝାଡ଼ାବାନ୍ତି ଆତଙ୍କ ଲାଗି ରହିଥିବା ବେଳେ ଏବେମଧ୍ୟ ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟି ରାସ୍ତାରେ ପାଣି ବୋହୁଛି। ଫଳରେ ଏହି ଫଟା ପାଇପ୍‌ରେ ଅପରିଷ୍କାର ପାଣି ମିଶୁଥିବାରୁ ଲୋକେ ରୋଗଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ଏଭଳି ଦୃଶ୍ୟ ବାସନ୍ତୀ କଲୋନି ସ୍ଥିତ ଏଫ୍‌ଇ-୧୧ ଘର ସମ୍ମୁଖରେ ଥିବା ଏକ ସେଫ୍‌ଟି ଟାଙ୍କି ନିକଟରେ ଦେଖିବାକୁ ମିଳିଛି।

ବାସନ୍ତୀ କଲୋନୀ ସ୍ଥିତ ଏଫ୍‌ଇ ଓ ଏଇ ବ୍ଲକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ୬ ମାସ ତଳେ ୱାଟକୋ ପକ୍ଷରୁ ନୂଆ ପାଇପ୍‌ ଲାଇନ ସଂଯୋଗୀକରଣ କରାଯାଇଥିଲା। ଏହି କାମ ସରିବା ପରେ ଉକ୍ତ ଅଞ୍ଚଳର ଲୋକଙ୍କୁ ୨୪ ଘଣ୍ଟା ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ଫଳରେ ଲୋକମାନେ ନିଜ ଘରକୁ ପାଇପ୍‌ ସଂଯୋଗ କରିଥିଲେ। ତେବେ ୩ ମାସ ଭିତରେ କାମ ସରିବା ପରେ ୱାଟକୋ ବିଭାଗ ପାଣି ଲାଇନକୁ ଯାଞ୍ଚ ନ କରି ସିଧାସଳଖ ପାଣି ଛାଡି ଦେଇଥିଲା। ଏଭଳି ନୂତନ ବାରମ୍ବାର ପାଇପ୍‌ ଲାଇନରେ ପାଣି ଆସିବାର କିଛି ଦିନ ପରେ ଏଫ୍‌ଇ ବ୍ଲକ ଅଞ୍ଚଳରେ ପାଇପ ଫାଟିଯିବାରୁ ରାସ୍ତା ଉପରେ ପାଣି ଭାସୁଛି।

ଏ ନେଇ ସ୍ଥାନୀୟ ଲୋକେ ୱାଟକୋ ବିଭାଗ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯେଉଁ ସ୍ଥାନରେ ପାଣି ପାଇପ ଫାଟି ପାଣି ଝରୁଛି ସେଠାରେ ଏକ ସେଫ୍‌ଟି ଟାଙ୍କି ରହିଛି। ଏହାର ପାଣି ପାଇପ୍‌ରେ ମିଶିବା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଉକ୍ତ ବ୍ଲକର ଶହେ ମିଟର ଦୂରରେ ଏକ ପାଇପ୍‌ ଫାଟି ପାଣି ବୋହୁଛି। ଏହି ପାଇପ୍‌ରେ ଡ୍ରେନ ପାଣି ମିଶୁଥିବାରୁ ଲୋକଙ୍କ ଘରକୁ ଗୋଳିଆ ଓ ଅପରିଷ୍କାର ପାଣି ଆସୁଛି। ବର୍ତ୍ତମାନ ସହରରେ ଝାଡ଼ାବାନ୍ତି ପ୍ରଭାବ ରହିଥିବାବେଳେ ଏଭଳି ପାଇପ୍‌ ଫାଟି ବାହାର ଅପରିଷ୍କାର ପାଣି ମିଶିବା ଯୋଗୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୱାଟକୋ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ଏ ନେଇ ରାଉରକେଲା ୱାଟକୋ ଉପମହାପ୍ରବନ୍ଧକ ପ୍ରତାପ କେଶରୀ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ, ସହରରେ ବର୍ତ୍ତମାନ ଝାଡ଼ାବାନ୍ତି ପରିସ୍ଥିତିକୁ ନେଇ ୱାଟ୍‌କୋ ବିଭାଗ ସଜାଗ ରହିଛି। ପାଇପ ଫାଟିଥିବା ସ୍ଥାନଗୁଡିକୁ ଯାଞ୍ଚ କରିବା ପାଇଁ ଏକ ସ୍ବତନ୍ତ୍ର ୧୧ ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ରିପୋର୍ଟ ଅନୁଯାୟୀ ସହରରେ ବର୍ତ୍ତମାନ ସୁଦ୍ଧା ୱାଟକୋ ପକ୍ଷରୁ ୫୩ଟି ସ୍ଥାନରେ ଫାଟିଥିବା ପାଣି ପାଇପ୍‌ ମରାମତି କାମ ସରିଛି। ଆହୁରି ୩୨ଟି ସ୍ଥାନରେ ପାଇପ୍‌ ଫାଟି ପାଣି ବୋହୁଥିବା ନେଇ ଅଭିଯୋଗ ରହିଛି। ଆଗାମୀ ୧୫ ଦିନ ଭିତରେ ସମସ୍ତ ପାଣିପାଇପ୍‌ ମରାମତି କାମ ସାରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯେଉଁଠାରେ ୱାଟର ପ୍ଲାଣ୍ଟ ରହିଛି ସେଠାରେ ପ୍ରତିଦିନ ହାଇଜେନିକ୍‌ ପଦ୍ଧତିରେ ପାଣିକୁ ବିଶ୍ଳେଷଣ କରିବା ପରେ ପିଇବା ପାଇଁ ଛଡାଯାଉଛି। ସହରରେ କିଭଳି ଝାଡ଼ାବାନ୍ତି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଆମ ଟିମ୍‌ ଉଦ୍ୟମ ଜାରି ରଖିଛି ବୋଲି ମହାନ୍ତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ...

ଭୁବନେଶ୍ୱରରରେ ଲାଗିବ ଆଇପି କ୍ୟାମେରା

ଭୁବନେଶ୍ୱର,୨୭ା୧୦(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଲୁଟେରାମାନେ ଲୋକଙ୍କ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଉଛନ୍ତି। ଅତ୍ୟାଧୁନିକ କ୍ୟାମେରା ବ୍ୟବସ୍ଥା ନ...

ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ...

୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ

ରାଜନଗର,୨୭ା୧୦(ଭାସ୍କର ରାଉତରାୟ): ବାତ୍ୟା ‘ଦାନା’ ତାଣ୍ଡବ ଆରମ୍ଭ ହେବା ପୂର୍ବରୁ ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ...

ଗଣମାଧ୍ୟମରେ ଏଆଇ ବ୍ୟବହାରର ତର୍ଜମା ହେଉ: ଏନ୍‌. ରାମ

ଭୁବନେଶ୍ୱର,୨୭ା୧୦(ଅନିଲ ଦାସ): ମିଡିଆ ସଂସ୍ଥାଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାରର ତର୍ଜମା କରନ୍ତୁ ବୋଲି ‘ଦି ହିନ୍ଦୁ’ର ପୂର୍ବତନ ଏଡିଟର୍‌-ଇନ୍‌-ଚିଫ୍‌ ଏନ୍‌.ରାମ କହିଛନ୍ତି। ଶନିବାର ପ୍ରେସ୍‌...

ବନ୍ୟା ସ୍ଥିତି: ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୨୭।୧୦: ବାତ୍ୟା ‘ଦାନା’ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଉପରମୁଣ୍ଡରେ ହୋଇଥିବା...

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମୁଖ୍ୟମନ୍ତ୍ରୀ କହିଲେ ଏହି ୩ ଜିଲା ବେଶି ପ୍ରଭାବିତ, ଆଜି ରାତିରେ…

ଭୁବନେଶ୍ୱର,୨୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ସନ୍ଧ୍ୟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri